ସଂକ୍ରମଣ ଖସୁଛି, ସ୍ଥିତି ସୁଧୁରୁଛି
ରାଜ୍ୟରେ ଏବେ ଦୈିନିକ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଛି । ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ଅଧିକ ରହୁଛି । ସଂକ୍ରମଣ ହାର ରହିଛି ୭.୨୦% । ତିନି,ଚାରିଟି ଜିଲ୍ଲା ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ରହିଛି ବଲାଙ୍ଗୀର,ଗଜପତି,ଗଂଜାମ, ଝାରସୁଗୁଡାରେ ସଂକ୍ରମଣ ହାର ୧ କିମ୍ବା ଏହାଠୁ କମ ପ୍ରତିଶତ ରହିଛି ।ଯାହା ଆଶ୍ୱସ୍ତି ଆଣିଦେଇଛି ।
ଗତ ୨୪ ଘଂଟାରେ ୬୨ ହଜାର ୩୪ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୪ ହଜାର ୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧୮, ଅନୁଗୁଳରୁ ୨୨୬ ଜଣ,ବରଗଡରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗୀରରୁ ୫୬, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୁଆପଡାରୁ ୧୪, ପୁରୀରୁ ୨୪୩, ରାୟାଗଡାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, ସୁନ୍ଦରଗଡରୁ ୧୦୩, ବୌଦ୍ଧରୁ ୯୦, କଟକରୁ ୪୧୩, ଦେଓଗଡ଼ରୁ ୨୩, ଢ଼େଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତ୍ସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡାରୁ ୨୭, କାଲାହାଣ୍ଡିରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କନ୍ଧମାଳରୁ ୨୮, କେନ୍ଦ୍ରାପଡାରୁ ୫୯, କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୬୧୨, କୋରାପୁଟରୁ ୮୭ ଓ ମାଲକାନଗିରି ୭୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୧୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୫୯ ହଜାର ୩୬୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ ଲକ୍ଷ ୮୯ହଜାର ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୬୫୨୩୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।