THE BYAPINI

କମୁଛି ସଂକ୍ରମଣ ହାର

Get real time updates directly on you device, subscribe now.

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ ହାର । ୬.୩୩ ପ୍ରତିଶତକୁ ଖସିଲା ସଂକ୍ରମଣ ହାର । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାରେ ୬୮ ହଜାର ୫୩୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୪ ହଜାର ୩୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୭୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨୬ ଜଣ, ବାଲେଶ୍ୱରରୁ ୨୯୬ ଜଣ, ବରଗଡ଼ରୁ ୬୮ ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରରୁ ୫୩ ଜଣ, ବୌଦ୍ଧରୁ ୫୪ ଜଣ, କଟକରୁ ୪୮୦ ଜଣ, ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୧୪୪ ଜଣ, ଗଜପତିରୁ ୩୬ ଜଣ, ଗଞ୍ଜାମରୁ ୨୯ ଜଣ, ଜଗତସିଂହପୁରରୁ ୧୪୩ ଜଣ, ଯାଜପୁରରୁ ୨୦୭ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୮୧ ଜଣ, କେଉଁଝରରୁ ୯୨ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୭୮ ଜଣ, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୨୫୫ ଜଣ, ରାୟଗଡ଼ାରୁ ୬୪ ଜଣ, ସମ୍ୱଲପୁରରୁ ୫୪ଜଣ, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ ପୁଲରୁ ୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ବାଲେଶ୍ୱର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ବୌଦ୍ଧ , ଢେଙ୍କାନାଳ , ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.