THE BYAPINI

କମୁଛି ସଂକ୍ରମଣ, କମୁନି ମୃତ୍ୟୁ

Get real time updates directly on you device, subscribe now.

ରାଜ୍ୟରେ ତଳମୁହାଁ କରୋନା ମିଟର । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ହଜାରରୁ କମ୍ କରୋନା ପଜିଟିଜ୍ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭,ଭଦ୍ରକରୁ ୧୮୪, ମୟୂରଭଂଜରୁ ୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୯୫, କେନ୍ଦୁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡ଼ରୁ ୮୬, ନବରଙ୍ଗପୁରରୁ ୮୫, ଷ୍ଟେଟପୁଲରୁ ୮୨, ସୁନ୍ଦରଗଡ଼ରୁ ୭୬, ରାୟଗଡ଼ା ୭୩, ମାଲକାନଗିରି ୬୮, ଢେଙ୍କାନାଳ ୫୬, କନ୍ଧମାଳ ୫୬, କୋରାପୁଟରୁ ୫୬, ବୌଦ୍ଧରୁ ୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, କଳାହାଣ୍ଡି ୩୫, ଗଜପତି ୨୭, ଗଞ୍ଜାମରୁ ୨୬, ଦେବଗଡ଼ରୁ ୨୫, ବଲାଙ୍ଗୀରୁ ୧୮, ନୂଆପଡା଼ରୁ ୧୫ ଓ ଝାରସୁଗୁଡ଼ାରୁ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି ।ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୩୨ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୪ ଜଣ ଲେଖାଏ, କଟକ, ଜଗତସିଂହପୁର, ଝାରସୁଗୁଡ଼ାରୁ ୩ ଜଣ ଲେଖାଏ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪୭ ହଜାର ୭୯୬ଜଣ । ୫୮ ହଜାର ୬୯୫ ନମୁନା ପରୀକ୍ଷା ହୋଇଛି । ୨୧ ଜିଲ୍ଲାରେ ୨ ଅଙ୍କ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

Get real time updates directly on you device, subscribe now.

Leave A Reply

Your email address will not be published.