THE BYAPINI

କମୁଛି ସଂକ୍ରମଣ,ଡରାଉଛି ମୃତ୍ୟୁସଂଖ୍ୟା

Get real time updates directly on you device, subscribe now.

ଦେଶରେ କମୁଛି ସଂକ୍ରମଣ । ଲଗାତାର ଦୁଇ ଦିନ ହେବ ୩ ଲକ୍ଷ ତଳକୁ ରହୁଛି ସଂକ୍ରମଣ ସଂଖ୍ୟା । କରୋନା ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁସାରିଛି ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ବେଳେ ଦେଶର କରୋନା ସଂକ୍ରମଣ ସ୍ଥିତିରୁ ମଧ ତାହା ସ୍ପଷ୍ଟ ହେଉଛି । ଗତ ୨୬ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ଦୁଇ ଦିନ ହେବ ୩ ଲକ୍ଷ ତଳକୁ ଖସିବ ଶୁଭ ସୂଚନା ।ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୪ ହଜାର ଉପରେ ରହୁଛି ।
ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷ ୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢୁଛି । ଦିନକରେ ୪୩୨୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୫୨ ଲକ୍ଷ ୨୮ ହଜାର ୯୯୬ରେ ପହଞ୍ଚିଛି।ମୃତ୍ୟୁସଂଖ୍ୟା ୨ ଲକ୍ଷ ୭୮ ହଜାର ୭୧୯ରେ ପହଞ୍ଚିଛି।ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୩୫୩୭୬୫।

ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଦେଶରେ ନୁଆ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିଛି କୁହାଯାଇପାରିବନି । କାରଣ ଦୈନିକ ମୃତ୍ୟୁରେ କୌଣସି ପରିବର୍ତନ ଆସିନାହିଁ । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସଂକ୍ରମଣର ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.