THE BYAPINI

ପୁଣି ହଜାରେ ଉପରେ ସଂକ୍ରମଣ

Get real time updates directly on you device, subscribe now.

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ୨୪ ଘଂଟାରେ ୧୦୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୫୨ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୧୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୬, ବାଲେଶ୍ୱରରୁ ୪୫, ବରଗଡ଼ରୁ ୬, ଭଦ୍ରକରୁ ୨୫, ବଲାଙ୍ଗିରରୁ ୪, ବୌଦ୍ଧରୁ୧, କଟକରୁ ୧୪୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୭୨, ମାଲକାନଗିରିିରୁ ୫, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨୬, ନୂଆପଡ଼ାରୁ ୫, ପୁରୀରୁ ୪୮, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୨, ନୟାଗଡ଼ରୁ ୬, ଅନୁଗୁଳରୁ ୫, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୩ ଜଣ ଲେଖାଏ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରୁ ୨ ଜଣ ଲେଖାଏ, ବରଗଡ଼, ଯାଜପୁର, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୬୩୦ରେ ପହଞ୍ଚିଛି।

Get real time updates directly on you device, subscribe now.

Leave A Reply

Your email address will not be published.