କମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା
ଦେଶରେ କମୁଛି ଦୈନିକ ସଂକ୍ରମଣ । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି।ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୫୯ ହଜାର ୫୯୧ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୨୦୯ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ।
୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି । ହେଲେ ମୃତ୍ୟୁ ସଂଖ୍ୟା କମୁନି । ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୬୦ ଲକ୍ଷ ୩୧ ହଜାର ୯୯୧ରେ ପହଞ୍ଚିଛି।ଦେଶରେ କରୋନା ମୃତ୍ୟୁହାର ୧.୧୧ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୬ ପ୍ରତିଶତ ରହିଛି । ସକ୍ରିୟ ମାମଲା ହ୍ରାସ ପାଇ ୧୨ ପ୍ରତିଶତ ରହିଛି । ସକ୍ରିୟ ସଂକ୍ରମଣ ମାମଲାରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।
୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୫,୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କେରଳରେ ୩୦,୪୯୧, ମହାରାଷ୍ଟ୍ରରେ ୨୯,୯୧୧, କର୍ଣ୍ଣାଟକାରେ ୨୮,୮୬୯ ଓ ଆନ୍ଧ୍ର ପ୍ରଦେଶରେ ୨୨,୬୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।