THE BYAPINI

ଦୁଇ ଜିଲ୍ଲାରେ ହଜାରେ ଉପରେ,ତଥାପି ସଂକ୍ରମଣ କମୁଛି

Get real time updates directly on you device, subscribe now.

କିଛିଦିନ ଧରି ଲଗାତାର ଭାବେ ୧୦ ହଜାର ଉପରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମଣ ଟ୍ରେଣ୍ଡରେ ସାମାନ୍ୟା ହ୍ରାସ ପାଇଛି । ସଂକ୍ରମଣ ସଂଖ୍ୟା କମୁଥିଲେ ମଧ୍ୟ ଦୁଇ ଜିଲ୍ଲାରେ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସହ ଗତ ୨୪ ଘଂଟାରେ କରୋନା ନମୂନା ପରୀକ୍ଷା ମଧ୍ୟ କମ କରାଯାଇଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନି ବଂର ଟେଷ୍ଟିଂ କମୁଥିବାରୁ ସଂକ୍ରମଣ ସଖ୍ୟା କମୁଥାଉପାରେ । ସେହିପରି ଖୋର୍ଦ୍ଧା ଓ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଥିବା ବେଳେ ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ ରହୁଛି । ତେଣୁ ଏଠି ପ୍ରଶ୍ନ ଉଠୁଛି, ଏହି ଦୁଇ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏଠାରେ ଅଧିକ ଟେଷ୍ଟିଂ କରାଯାଇ ଅନ୍ୟ ଜିଲ୍ଲାରେ କମ ନମୂନା ପରୀକ୍ଷା କରାଯାଉନି ତ? ଯାହା ଫଳରେ ଅନ୍ୟ ଜିଲ୍ଲାରୁ କମ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଟେଷ୍ଟିଂ କମିଛି, ସଂଖ୍ୟା କମୁଛି । କିଛି ଦିନ ଧରି ୪୮ରୁ ୫୦ ହଜାର ପାଖାପାଖି କରୋନା ନମୂନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଂଟାରେ ୪୬ ହଜାର ୨୪୧ ଟେଷ୍ଟିଂ କରାଯାଇଛି । ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା ମଧ୍ୟ ୧୦ ହଜାର ତଳକୁ ଖସି ୯ ହଜାର ୭୯୩ ପହଚିଂଛି । ଖୋର୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ହଜାରେ ୧୮ ମାମଲା ଚିହ୍ନଟ ହୋଇଛି । ସେହିଭଳି ଅନୁଗୁଳରେ ୫୨୬, କଟକରେ ୬୪୧, ଝାରୁସୁଗୁଡାରେ ୪୦୪, ନୂଆପଡାରୁ ୪୦୧ ,ଯାଜପୁରରୁ ୩୭୬, ସମ୍ବଲପୁରରେ ୩୫୬, ବଲାଙ୍ଗୀରରୁ ୩୪୨, ପୁରୀରୁ ୩୫୧, ନବରଙ୍ଗପୁରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ଟି ଜିଲ୍ଲାରେ ୩ଅଙ୍କ ଉପରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୩, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ାରେ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.