THE BYAPINI

ମାଡାମ ! କେଉଁଠି ମିଳୁଛି ମୋଦି ଟୀକା ?

Get real time updates directly on you device, subscribe now.

ସବୁ ଜିନିଷରେ ରାଜନୀତି କରିବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହଜାତ ପ୍ରବୃତି । ହେଲେ ଗୋଟିଏ ବ୍ୟବସ୍ଥାକୁ ବ୍ୟକ୍ତିଗତ ସ୍ତରକୁ ନେଇ ରାଜନୀତି କରିବା କେତେ ଦୂର ଠିକ ? କେତେ ଯୁକ୍ତିଯୁକ୍ତ ? ତାହା ଲେଖାଶ୍ରୀଙ୍କ ମୋଦି ଟୀକା ଉବାଚର ସ୍ପଷ୍ଟ ଜଣାପଡୁଛି । ଆଉ ଦଳୀୟ ସ୍ୱାର୍ଥ ପାଇଁ ଲୋକେ କେତେ ନିମ୍ନସ୍ତରର ରାଜନୀତି କରିପାରନ୍ତି ତାହା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଫେସବୁକ ପୋଷ୍ଟରୁ ଜାଣିହେବ ।

ତେବେ ଲେଖାଶ୍ରୀ ଲେଖିଛନ୍ତି, ‘କୋଭିଡର ମୁଳତ୍‌ପାଟନ ପାଇଁ ମୋଦି ଟୀକାର ପ୍ରଥମ ଡୋଜ ନେଲି । ଆସନ୍ତୁ ସମସ୍ତେ ମିଳିମିଶି ଏହି ମହାମାରୀକୁ ବିଶ୍ୱରୁ ଦୂରେଇ ଦେବା’ । ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଆହ୍ୱାନରେ ସାମିଲ ହୋଇ ଲେଖାଶ୍ରୀ ଟୀକା ନେଇଥିବା ବେଳେ ନିଜ ସୋସିଆଲ ମିଡିଆରେ ନେଇଥିବା ଟୀକାକୁ ମୋଦି ଟୀକା ନାମରେ ନାମିତ କରିଛନ୍ତି । ଯାହାକୁ ନେଇ ଜୋର ଧରିଛି ରାଜନୀତି । ଖାଲି ସେତିକି ନୁହେଁ ଲେଖାଶ୍ରୀଙ୍କ ଲେଖା ବି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିବା ବେଳେ ଅନେକ ଲୋକ ଲେଖାଶ୍ରୀଙ୍କୁ ପ୍ରଶ୍ନ କରିଛନ୍ତି , ମାଡାମ କେଉଁଠି ମିଳୁଛି ମୋଦି ଟୀକା ?

ସାରା ଦେଶରେ କରୋନା ମୁକାବିଲା ପାଇଁ ଟୀକାକରଣକୁ ଜୋରଦାର କରାଯାଇଥିବା ବେଳେ ଏପ୍ରିଲ ୧୧ରୁ ୧୪ ଯାଏଁ ଦେଶରେ ଏକ ବଡ ଅଭିଯାନ ଆରମ୍ଭ ହୋଇଛି । ଆଉ ଏହି ସମୟରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟୀକା ଦେବାକୁ କୋଭାସିଲ୍ଡ, କୋଭାକ୍ସିନର ବହୁଳ ବ୍ୟବହାର କରାଯାଉଛି । ସାରା ଦେଶରେ ଯେବେଠାରୁ କରୋନା ପାଇଁ ଟୀକାକରଣ ଆରମ୍ଭ ହେଲାଣି ସେବେଠାରୁ ଦେଶରେ କୋଭାସିଲ୍ଡ ଓ କୋଭାକ୍ସିନ, ଏହି ଦୁଇଟି ଭ୍ୟାକ୍ସିନର ବହୁଳ ପ୍ରଚାର, ବହୁଳ ବ୍ୟବହାର ହେଉଛି । ଆଉ ୟାରି ଭିତରେ କେବେ ମୋଦି ଟୀକା ବାହାରିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଲେଖାଶ୍ରୀଙ୍କ ପାଖକୁ ମୋଦି ଟୀକାର ପ୍ରଥମ ଡୋଜ ଆସିଛି ବୋଲି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ବି କରାଯାଉଛି । ଫେସବୁକରେ କିଛି ୟୁଜର୍ସ ଦଳୀୟ ସ୍ୱାର୍ଥ ପାଇଁ ଲେଖାଶ୍ରୀ କେମିତି ଏତା ନିମ୍ନସ୍ତରର ରାଜନୀତି କରିପାରିଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ଦେଶର ସର୍ବବୃହତ ଷ୍ଟାଡିୟମ ମୋଦିଙ୍କ ନାଁରେ ନାମିତ ହେବା ପରେ ଏବେ ଟୀକାକୁ ମାଡାମ ଲେଖାଶ୍ରୀ ମୋଦି ଟୀକା କରିଦେଲେ ବାକି ଦେଶର ନାଁ ମୋଦିସ୍ତାନ କରିବାକୁ କେତେ ଦିନ ଲାଗିବ ବୋଲି ବିଜେପି ଓ ତାଙ୍କ ଦଳୀୟ ସେବକଙ୍କୁ ସିଧା ନିଶାନା କରିଛନ୍ତି ।

ଗୋଟିଏ ପଟେ ଟୀକା ଉତ୍ସବ ପାଳନ ବେଳେ ଓଡିଶାରେ ଟୀକାର ଘୋର ଅଭାବ ଦେଖା ଦେଇଥିବା ବେଳେ ବିଜେପି ସଦସ୍ୟ କିନ୍ତୁ ଉତ୍ସବକୁ ରାଜନୀତି କରିବାରେ ଗୋଟେ ବି ସୁଯୋଗ ହାତ ଛଡା କରୁ ନାହାନ୍ତି । ଓଡିଶାରେ ଟୀକା ନଥିବାରୁ ୭୦୦ ଅଧିକ ଟୀକାକରଣ କେନ୍ଦ୍ର ବନ୍ଦ ହୋଇ ପଡିଛି । ବାରମ୍ବାର ଦାବି, ବାରମ୍ବାର ଚିଠି ପରେ ବି ଶୁଣୁନି କେନ୍ଦ୍ର । ଟୀକା ଉତ୍ସବ ପାଳନ ପାଇଁ ଟୀକା ଦେବାକୁ ଖୋଦ ମୁଖ୍ୟମନ୍ତ୍ରୀ କହିବା ପରେ ସେତେ ଆଖି ଦୃଶିଆ ଟୀକା ମିଳିଲାନି । ଆଉ ଏପଟେ କିନ୍ତୁ ମାଡାମ ଲେଖାଶ୍ରୀ ମୋଦିଙ୍କ ପ୍ରଶଂସା କରିବାରେ ଶବ୍ଦଟିଏ ବି ଛାଡୁ ନାହାନ୍ତି । ଟୀକାକରଣର ବ୍ରାଣ୍ଡ ବଦଳାଇ ଦେଉଛନ୍ତି ।

ଏପରି ସ୍ଥଳରେ ଲେଖାଶ୍ରୀଙ୍କ ଏହି ଚର୍ଚ୍ଚିତ ଫେସବୁକ ପୋଷ୍ଟ ହଜାରେ ପ୍ରଶ୍ନ ଛିଡା କରିଛି । ରାଜ୍ୟରେ ଟୀକାର ଅଭାବ ଥିବା ବେଳେ ଲେଖାଶ୍ରୀ କେଉଁ ମୁହଁରେ ମୋଦିଙ୍କ ପ୍ରଶଂସା କରିବାରେ ହେଲା କରୁ ନାହାନ୍ତି ? କୋଭାସିଲଡ, କୋଭାକ୍ସିନ ଟୀକା ଲୋକଙ୍କୁ ଦିଆଯାଉଥିବା ବେଳେ ମୋଦି ଟୀକା କେବେ ବାହାରିଲା ? ମୋଦି ଟିକାକୁ ବାହାର କରିଛି କି ବିଜେପି ? ନା ଲେଖାଶ୍ରୀଙ୍କ କାରଖାନାରେ ବନା ହେଉଛି କରୋନାର ମୋଦି ଭ୍ୟାକ୍ସିନ ? ମହାମାରୀ ବେଳେ ମୋଦି ଟୀକା ମିଳୁଛି କେଉଁଠି ? ମୋଦି ଟୀକା ସାଧାରଣ ଲୋକଙ୍କ ପାଇଁ ନା କେବଳ ବିଜେପି ସଦସ୍ୟଙ୍କ ପାଇଁ, ଜବାବ ଦିଅନ୍ତୁ ଲେଖାଶ୍ରୀ ମାଡାମ, ଜନତାର ପ୍ରଶ୍ନ ?

Get real time updates directly on you device, subscribe now.

Leave A Reply

Your email address will not be published.