THE BYAPINI

ଗପ କହିଲେ, ପଦୋନ୍ନତି ପାଇଲେ : ଲେଖାଶ୍ରୀ

Get real time updates directly on you device, subscribe now.

ପରୀ ପ୍ରସଙ୍ଗରେ ଏସଆଇଟି ତଦନ୍ତ ମୁଖ୍ୟ ଅରୁଣ ବୋଥ୍ରା ବିଜେପି ଟାର୍ଗେଟରୁ ବାଦ୍ ପଡିନାହାନ୍ତି । ପ୍ରଥମେ ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ସେ ଉଦ୍ୟମ କରିଥିବା ବିଜେପି ଅଭିଯୋଗ ଆଣିଥିଲା, ଆଉ ଏବେ ସିଧାସିଧା କହିଛି ଗପ କହିଲେ ଆଉ ପଦୋନ୍ନତି ଭାବେ ସରକାର ତାଙ୍କୁ ପୁରଷ୍କାର ଦେଲେ । ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି, ଭଲ ଗପ ପାଇଁ ଭଲ ପୁରସ୍କାର ପାଇଲେ ଅରୁଣ ବୋଥ୍ରା । ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚେଇବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କାହାଣୀ ଶୁଣେଇବାରୁ ତାଙ୍କୁ ପଦୋନ୍ନତି ଦିଆଗଲା ।

ସେହିଭଳି ବିଜେପି ଆନ୍ଦୋଳନକୁ ଦବେଇବା ପାଇଁ ପ୍ରାୟୋଜିତ ଭାବରେ ଗିରଫଦାରୀର ନାଟକ କରାଯାଇଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଅରୁଣ ବୋଥ୍ରାଙ୍କ ତଦନ୍ତ, ତଦନ୍ତ ନୁହେଁ ବରଂ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ର । ସାମ୍ବାଦିକ ସମ୍ମିଳନୀରେ ବିଜେପି କିଛି ପ୍ରଶ୍ନ ମଧ୍ୟ ପଚାରିଛି । ପୋଖରୀରୁ ବାହାରିଥିବା ଲେଗିଙ୍ଗସ କାହାର ? ପରୀର ମା ବାପାଙ୍କ ୧୬୧ ରେ ବୟାନ ରେକର୍ଡ କାହିଁକି କରାଗଲାନି ? ପରୀର ୭୫ଭାଗ ଅଙ୍ଗ ଗଲା କୁଆଡେ ? ପରୀର ବାପା ମା ଯାହା ନାଁ ନେଇଥିଲେ, ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାନି କାହିଁକି ? ଅଭିଯୁକ୍ତ ଦର୍ଶାଯାଇଥିବା ସରୋଜ ସେଠି ନାବାଳକ ହେଇଥିବା ସତ୍ତ୍ୱେ ତାକୁ ସାବାଳକ ଦେଖାଯାଇ ତଦନ୍ତ କରାଗଲା କେମିତି ? ଯଦି ସେ ସାବାଳକ ତାଙ୍କର ୧୬୪ କାହିଁକି କରାଗଲାନି ? ପୋଲିସକୁ ଲଗାଇ ତଥ୍ୟପ୍ରମାଣ ନଷ୍ଟ କରାଯାଉଛି ବୋଲି ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି ।

ହେଲେ ବଡ କଥା ହେଉଛି, ବିଜେପି ନେତ୍ରୀ ପ୍ରକୃତରେ ଦୋଷୀ ଦଣ୍ଡ ପାଉ ବୋଲି ଚାହୁଁଛନ୍ତି ନା ଅପରାଧୀକୁ ବଂଚାଇବା ପାଇଁ ଉଦ୍ୟମ କରୁଛନ୍ତି । କିଏ ଦୋଷୀ ଆଉ କିଏ ନିର୍ଦ୍ଦୋଷ ତାର ବିଚାର କୋର୍ଟ କରିବେ । ବିଶେଷଜ୍ଞଙ୍କ ମତରେ ଯଦି ଲେଖାଶ୍ରୀ ଚାହୁଁଛନ୍ତି ଏହା ନିର୍ଦ୍ଧାରଣ କରିବାକୁ ତେବେ ବିଜେପି ନେତ୍ରୀ ରାଜନୀତି ଛାଡି ଓକିଲାତି କରିବାରେ କିଛି ଅସୁବିଧା ଅଛି କି? ରାଜନୀତିର ଚକ୍ରବ୍ୟୁହରେ ଗୋଟିଏ ଛୋଟିଆ ଝିଅ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାରକୁ ପେଶିବା କିଭଳି ଗ୍ରହଣୀୟ? ସେହିଭଳି ଜଣେ ଅଫିସର କେତେବେଳେ ପଦୋନ୍ନତି ପାଇବ ତାହା ପୁର୍ବ ନିର୍ଦ୍ଧାରିତ । ରାଜନୈତିକ ମହଲର ମତ ଅନୁସାରେ, ଯଦି ଏଡିଜି ରାଙ୍କକୁ ଯିବାକୁ ସମସ୍ତ ମାପଦଣ୍ଡକୁ ଅରୁଣ ବୋଥ୍ରା ପୁରଣ କରିସାରିଥିବେ, ଆଉ ସେଥିପାଇଁ ଯଦି ସେ ପଦୋନ୍ନତି ପାଇଲେ ତେବେ ବିଜେପିକୁ ଅସୁବିଧା କାହିଁକି ହେଉଛି? ଲାଗୁଛି ବିଜେପି ନିଜର ରାଜନୈତିକ ସ୍ୱାର୍ଥ ପାଇଁ କୈାଣସି ବି ସ୍ତରକୁ ଖସିଯାଇପାରେ ବୋଲି ତଥାକଥିତ ମହଲ ମତ ରଖିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଳେଖାଶ୍ରୀ ଆହୁରି ଅଭିଯୋଗ କରିଛନ୍ତି, ଏସଆଇଟି ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ ହେଉନାହିଁ । ତେଣୁ ବିଜେପି ଏହି ତଦନ୍ତ ରିପୋର୍ଟକୁ ଗ୍ରହଣ କରିବନାହିଁ । ବିଜେପି ଆନ୍ଦୋଳନ ବନ୍ଦ ହେଲା ପରେ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀ ମଧ୍ୟ ବନ୍ଦ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଆଗକୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନକୁ ଆହୁରି ବ୍ୟାପକ କରଯିବ ବୋଲି ବିଜେପି ନେତା ସୁଚନା ଦେଇଛନ୍ତି । ହେଲେ ଏହାରି ଭିତରେ ଏସଆଇଟି ଉପରେ ସମସ୍ତଙ୍କ ନଜର । କେବେସୁଦ୍ଧା ମାମଲାରେ ଚାର୍ଜଶିଟ ହେଉଛି ଏବଂ ଏହା ଉପରେ କୋର୍ଟଙ୍କ ଆଭିମୁଖ୍ୟ କଣ ରହୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.