ଗୁଜରାଟରେ ଲେମ୍ବୁ କିଲୋ ୨୦୦ ଟଙ୍କା
ଓଡ଼ିଶାରେ ଲେମ୍ବୁ ଗୋଟା ୮ ଟଙ୍କା ହୋଇଥିବା ବେଳେ ଗୁଜରାଟର ରାଜକୋଟ୍ରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଲେମ୍ବୁ ଯୋଗାଣାରେ ଘୋର ଅଭାବ ହୋଇଥିବାରୁ ଗୁଜରାଟରେ ଏଭଳି ପରିସ୍ଥତି ଉପୁଜିଛି। ପୂର୍ବରୁ ଲେମ୍ବୁ କିଲୋପ୍ରତି ୫୦ରୁ ୬୦ ଟାଙ୍କା ଥିବା ବେଳେ ଏବେ ତାହା ଆକାଶ ଛୁଆଁ ହୋଇଛି। ଅର୍ଥାତ ଲେମ୍ବୁ ଦର ଏକା ଥରେ ଡବଲ ସେଞ୍ଚୁରୀ ଛୁଇଁଛି।
ଖରାଦିନ ହୋଇଥିବାରୁ ତାତି ମଧ୍ୟ ବଢ଼ୁଛି। ଫଳରେ ଲେମ୍ବୁର ଚାହିଦା ବଢ଼ୁଛି। ଲେମ୍ବର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଭିଟାମିନ୍ ସି ରହିଛି। ଫଳରେ ଲୋକମାନେ ସେମାନଙ୍କ ଖାଦ୍ୟ ସାରଣୀରେ ଲେମ୍ବୁକୁ ସାମିଲ କରୁଛନ୍ତି। ଲେମ୍ବୁର ହଜମ କରିବାର ଶକ୍ତି ରହିଛି। ତେବେ ଚାହିଦା ଅନୁସାରେ ଲେମ୍ବୁର ଯୋଗାଣ ହୋଇପାରୁ ନଥିବାରୁ ଦର ହୁ ହୁ ହୋଇ ବଢ଼ୁଛି। କେବଳ ଲେମ୍ବୁ ନୁହଁ ପରିବା ଦରରେ ମଧ୍ୟ ନକହିବା ଭଲ।
ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଯାହା ଦର ଥିଲା ତାହା ଚଳିତ ଠିକ୍ ଏହି ମାସରେ ଦ୍ୱିଗୁଣିତ ହୋଇଛି। ଜଣେ ଗ୍ରାହକ କହିଛନ୍ତି ଯେ, ଆମେ ପୂର୍ବରୁ ୫୦୦ ଗ୍ରାମ ଲେମ୍ବୁ କିଣୁଥିଲୁ। ଏବେ ଏହା କମି ୨୫୦ ଗ୍ରାମରେ ପହଞ୍ଚିଛି ।