THE BYAPINI

‘ପ୍ରତିଦିନ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦିଅ’

Get real time updates directly on you device, subscribe now.

ରାଜ୍ୟରେ ଅଧିକାଂଶ ଜଙ୍ଗଲରେ ନିଆଁ ବ୍ୟାପିଥୁବା ବେଳେ ଏହା ସରକାରଙ୍କ ନିଦ ହଜାଇଦେଇଛି । ନିଆଁକୁ କିଭଳି ଆୟତ କରାଯିବ ସେନେଇ ଆକ୍ସନ ମୋଡରେ ରାଜ୍ୟ ସରକାର । ଏଣିକି ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ପ୍ରତିଦିନ ବସ୍ତୃତ ରିପୋର୍ଟ ଦେବେ ଡିଏଫଓ । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଏନେଇ ଚିଠି କରାଯାଇଛି ।

କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବେ ଡିଏଫଓ । ସେପଟେ ଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ ୫ ହଜାର ଟଙ୍କା ମିଳିବ।
ଏପଟେ ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ଗଠନ ହୋଇଛିି ଏହି କମିଟି । ତେବେ କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଏବଂ କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ-ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ୟ୍ୟାନୁଷ୍ଠାନ ନେବ ଏହି କମିଟି ।

ଅନ୍ୟପକ୍ଷେ, ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଞ୍ଚିଥିଲେ। ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପର୍କରେ ମହାରାଣୀ ଲୋକଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହାପରେ ମହାରାଣୀ ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ସେଠାରେ ନିଆଁ ଲିଭାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.