THE BYAPINI

ରାଇଜ ଦେଖିଲା ନବୀନ-ପାଣ୍ଡିଆନ ଯୋଡିର କମାଲ !

Get real time updates directly on you device, subscribe now.

ହର ହର ମହାଦେବ ଧ୍ୱନୀରେ ପୁରା ଏକାମ୍ରକ୍ଷେତ୍ର ପ୍ରକମ୍ପିତ ହେଉଥିଲା । ପ୍ରଶସ୍ତ ସ୍ଥାନ ଏବଂ ବିକାଶର ଛାପ ଭିତରେ ଶିବରାତ୍ରୀ ପାଳନ କରି ଭକ୍ତ ରାଜ୍ୟ ସରକାରଙ୍କ ଏକାମ୍ରକ୍ଷେତ୍ର ବିକାଶ କାମକୁ ଦେଇଛନ୍ତି ବଡ ସାର୍ଟିଫିକେଟ । ବିରୋଧୀଙ୍କ ରାଜନୈତିକ ଚାଲ୍ ମାତ୍ ଖାଇଛି, ଉନ୍ନତିମୁଳକ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସାଧାରଣ ଜନତା । ବର୍ଷକ ତଳେ ଯେଉଁଠି ଗୋଟିଏ ଗାଡି ବୁଲାଇବା ବି ଅସମ୍ଭବ ଥିଲା, ସାମାନ୍ୟ ଭିଡ ହୋଇଗଲେ ଘଂଟା ଘଂଟା ଧରି ଟ୍ରାଫିକ ଜାମ୍ ହେଉଥିଲା, ଗହଳି ନିୟନ୍ତ୍ରଣ କରିବା ଯେତେବେଳେ ପୋଲିସ ପ୍ରଶାସନ ପାଇଁ ଆହ୍ନା ପାଲଟୁଥିଲା, ଠିକ ସେତିକିବେଳେ ପ୍ରଭୁ ଲିଙ୍ଗରାଜଙ୍କ ଚାରିପାଖର ବିକାଶ କାର୍ଯ୍ୟ ପାଇଁ ଅଂଟା ଭିଡିଥିଲେ ରାଜ୍ୟ ସରକାର । ତିଆରି ହୋଇଥିଲା ଏକାମ୍ର ପ୍ଲାନ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଆଉ ୫-ଟି ସେକ୍ରେଟେରୀଙ୍କ ବ୍ୟାପକ ଦୁରଦୃଷ୍ଟି ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚେଷ୍ଟା ବଳରେ ଯେଉଁ ବ୍ୟାପକ ଅଂଚଳରେ ସାଧାରଣ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଇଛି, ତାହା କାଳ କାଳକୁ ଲୋକଙ୍କ ହୃଦୟରେ ବସିଯାଇଛି ।

ନବୀନ-ପାଣ୍ଡିଆନ ଯୋଡିଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ଦେଖନ୍ତୁ, ଶିବମୟ ଆଉ ଭକ୍ତିମୟ ପରିବେଶରେ ମହାଦୀପ ଘଂଟାଏ ପୁର୍ବରୁ ଉଠିଥିଲା । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚାରିପାଖ ପାଇଁ ଉନ୍ନୟନମୁଳକ କାର୍ଯ୍ୟ ଯୋଜନାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ଜମି ଅଧିଗ୍ରହଣ ସମସ୍ୟା ଦୁର କରିବାକୁ ଶ୍ରୀମନ୍ଦିର ଢାଂଚାରେ ସ୍ୱତନ୍ତ୍ର ଆଇନ ଆସିଥିଲା । ମହାପ୍ରଭୁଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସ୍ୱଇଛାରେ ମହାଦେବଙ୍କ କାମ ପାଇଁ ଆଗେଇ ଆସିଥିଲେ ସ୍ଥାନୀୟ ବାସିନ୍ଦା । ଆଉ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହୋଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ଅଂଚଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ । ନିର୍ଦ୍ଦିଷ୍ଟ ସମୟସୀମାରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଯାହା ସ୍ପଷ୍ଟ ଭାବେ ଦର୍ଶାଉଥିଲା, ମହାଦେବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା କିଭଳି ରହିଛି ।

ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ଭଣ୍ଡୁର କରିବାକୁ ଅନେକ ଚେଷ୍ଟା କରିଥିଲେ । ବିରୋଧୀ ରାଜନୀତିର ଗୋଟି ଚଳାଇଥିଲେ । କିଛି ସ୍ଥାନୀୟ ଲୋକଙ୍କୁ ଧରି ପ୍ରକଳ୍ପ କାର୍ଯ୍ୟକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସବୁ କିଛି ସରିବା ପରେ, ଲୋକଙ୍କ ସହଯୋଗରେ ବିକାଶ କାର୍ଯ୍ୟ ହୋଇଯିବା ପରେ ସ୍ଥାନୀୟ ସାଂସଦ ଏଥିରେ କେଁ ପୁରାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ସଫଳ ହୋଇନଥିଲେ । ମନ୍ଦିର ଚାରିପାଖରେ ଯେଉଁ ବିକାଶର ଛାପ ନବୀନ-ପାଣ୍ଡିଆନ ଯୋଡି ଛାଡିଛନ୍ତି, ତାର କଳ୍ପନା ସ୍ୱପ୍ନରେ ସୁଦ୍ଧା କେହି କରିନଥିବେ ବୋଲି ସାଧାରଣ ଜନତା ବକ୍ତବ୍ୟ ରଖିଥିଲେ ।

ପୁରୁଣା ଭଜନ ମଣ୍ଡପ ପାଖ ସ୍ଥାନ ହେଉ ଅବା ଦୀପ ଜାଳିବା ପାଇଁ ଥିବା ସ୍ଥାନ ଅବା ଚାରିପାଖର ପ୍ରଶସ୍ତ ରାସ୍ତା ସବୁ କିଛି ଲୋକଙ୍କ ହୃଦୟ ଜିଣୁଥିଲା । ଲୋକେ ଦେଖୁଥିଲେ ସରକାରଙ୍କ ପ୍ରତିବଦ୍ଧତାକୁ, କିଭଳି ରେକର୍ଡ ସମୟରେ କାର୍ଯ୍ୟ ସରିଥାଏ । ଲୋକେ ବୁଝୁଥିଲେ ବିରୋଧୀଙ୍କ ଚାଲକୁ ଯେଉଁମାନେ ରାଜ୍ୟ ସରକାରଙ୍କ ସଫଳତାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି । ୨୦୧୯ରେ ପଂଚମ ଥର ପାଇଁ କ୍ଷମତାକୁ ଆସିବା ପରେ ନବୀନ ଯେଉଁ କାର୍ଯ୍ୟକ୍ରମ ସବୁ ହାତକୁ ନେଇଛନ୍ତି, ତାକୁ ରେକର୍ଡ ସମୟ ମଧ୍ୟରେ ସାରି ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇ ଚାଲିଛନ୍ତି, ଆଉ ସାଧାରଣ ଜନତାଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । ରାଜ୍ୟର କୋଣ ଅନୁକୋଣକୁ ପବିତ୍ର ଶିବରାତ୍ରୀରେ ବାର୍ତ୍ତା ଯାଇଛି, ନବୀନ-ପାଣ୍ଡିଆନ ଯୋଡି କମାଲ କରି ଚାଲିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.