THE BYAPINI

ମନ୍ଦିର ଖୋଲିଲେ ମହାମିଳନ

Get real time updates directly on you device, subscribe now.

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ମହାମାରୀ କରୋନା ଯୋଗୁଁ ଗତ ୯ ମାସ ହେବ ବନ୍ଦ ପଡିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ଯାଉଛି । କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା କରୋନା ଗାଇଡଲାଇନ ପାଳନ ସହ ଯେପରି ଅଧିକ ଲୋକ ଜମା ନୁହଁନ୍ତି ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ସେହିପରି ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ପାଇଁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଆସନ୍ତା ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ତେବେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୭ରୁ ୩୧ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯିବ । ନୂଆବର୍ଷ ଅର୍ଥାତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଏହା ପରେ ଜାନୁଆର ୩ ତାରିଖରୁ ରାଜଧାନୀବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଜାନୁଆରୀ ୩ରୁ ୫ ତାରିଖ ଯାଏ ରାଜଧାନୀ ବାସୀଙ୍କୁ ପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ । ଏଥିପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଜାନୁଆରୀ ୬ରୁ ୩୧ ତାରିଖ ଯାଏ ରାଜ୍ୟ ଓ ରାଜ୍ୟ ବାହାର ଲୋକ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଯେଉଁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଚାହିଁବେ ସେମାନେ ୪ରୁ ୫ ଦିନ ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏତଦ୍ ବ୍ୟତୀତ ମନ୍ଦିର ନିକଟରେ ଏକ କରୋନା ପରୀକ୍ଷା କେନ୍ଦ୍ର ରହିବ। ପଜିଟିଭ ବ୍ୟକ୍ତିମାନଙ୍କୁ ଦର୍ଶନ ସୁଯୋଗ ମିଳିପାରିବ ନାହିଁ। ଏତଦ୍ ବ୍ୟତୀତ ଆସନ୍ତା ୩ ତାରିଖ ଠାରୁ ମହାନଗର ନିଗମ ଅଂଚଳରେ ଯେଉଁମାନେ ମନ୍ଦିର ଖୋଲିବାକୁ ଚାହୁଁଛନ୍ତି ଅଣ୍ଡରଟେକିଂ ଦେଇ ଖୋଲି ପାରିବେ। ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁ଼ଯୋଗ ମିଳିବ । କପିଳେଶ୍ୱର ମନ୍ଦିର ମଧ୍ୟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଲିଙ୍ଗରାଜ ମନ୍ଦିର ଅନ୍ୟାନ୍ୟ ଧାର୍ମିକ ସ୍ଥଳ ମଧ୍ୟ ଖୋଲିବା ନେଇ ବିଏମସି ଅନୁମତି ଦେଇଛି । ତେବେ ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି ଦିଆଯିବ । ଏଥିପାଇଁ ସମସ୍ତ ଚର୍ଚ୍ଚ ବିଏମସି ନିକଟରେ ଆବେଦନ କରିବେ । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରିବେ ସେ ନେଇ ବିଏମସିକୁ ସବିଶେଷ ତଥ୍ୟ ଦାଖଲ କରିବେ । ୨ ମିଟର ଦୂରତା ରକ୍ଷା ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ।

Get real time updates directly on you device, subscribe now.

Leave A Reply

Your email address will not be published.