THE BYAPINI

୨୫ ଲୋକରେ ବାହାଘର, ଭୋଜିଭାତକୁ ନା…

Get real time updates directly on you device, subscribe now.

() ରାଜ୍ୟ ସରକାର ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ବାହାଘର ଉପରେ ବେଶ କଠୋର ହୋଇଛନ୍ତି । ପୂର୍ବରୁ ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ରାଜ୍ୟ ସରକାର ବାହାଘର ପାଇଁ ଅନମତି ଦେଇଥିବେ ବେଳେ ଏବେ ଏହି ସଂଖ୍ୟାକୁ ୨୫କୁ କମାଇ ଦେଇଛନ୍ତି । ଅର୍ଥାତ୍ ସବୁପକ୍ଷ ଏବଂ କର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୨୫ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିବ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ମଧ୍ୟ ପଡିବ । ହେଲେ ବ୍ରତୋପନୟନ, ଅନ୍ତିମ ସଂସ୍କାର କାର୍ଯ୍ୟରେ ସର୍ବାଧିକ ୨୦ ଲୋକ ସାମିଲ ହୋଇପାରିବେ । ସରକାରଙ୍କ ନଜରରେ ଏସବୁ ସ୍ଥାନରେ କଟକଣା ଯେତେ ଲଗାଇଲେ ମଧ୍ୟ ଲୋକ ଅମାନିଆ ହୋଇ ନିୟମ ଭାଙ୍ଗୁଥିବାରୁ ସଂଖ୍ୟାକୁ କମାଇବା ଉପରେ ସରକାର ନିଷ୍ପତ୍ତି ନେଇଛନ୍ତି ।

() ବିବାହ, ବ୍ରତଘର, ଅନ୍ତିମ ସଂସ୍କାର ଭୋଜିରେ କୈାଣସି ବି ସ୍ଥାନରେ ଲୋକ ବସି ଖାଇପାରିବେ ନାହିଁ । ଆସିଥିବା ଅତିଥି ପ୍ୟାକେଟରେ ଖାଇବା ନେଇପାରିବେ । ଏକାଠି ବସି ଖାଇବା ସ୍ଥାନରେ କୋଭିଡ ନିୟମ ସଠିକ ପାଳନ ହେଉନଥିବାରୁ ଏହା ଉପରେ କଟକଣା ଲଗାଇଛନ୍ତି ସରକାର । ସେହିଭଳି ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି । ଜୁନ ୧ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.