THE BYAPINI

ବିଧାୟକଙ୍କ ଗାଡିକୁ ଆକ୍ରମଣ

Get real time updates directly on you device, subscribe now.

ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ । ବଲାଙ୍ଗିର- ସମ୍ବଲପୁର ଜାତୀୟ ରାଜପଥ ୨୬ରେ ବୁର୍ଡା ଛକରେ ବିଧାୟକଙ୍କ ଗାଡ଼ି ଉପରକୁ ଦୁଇ ଜଣ ଯୁବକ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ବିଧାୟକଙ୍କ ପିଏସ୍‌ଓ ଓ ଗାଡ଼ି ଡ୍ରାଇଭରକୁ ଆକ୍ରମଣ କରିଛନ୍ତି । ପିଏସ୍‌ଓ ଶଂକର ବରିହା ଓ ଡ୍ରାଇଭର ଦେବରାଜ ନାଗଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଜି ବିଧାୟକ ମହାଲିଙ୍ଗ ବାଦିବାହାଲ ଗାଁରେ ଏକ କାର୍ୟ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ) କୁ ଫେରୁଥିଲେ। ଏହି ସମୟରେ ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ଆସି ବିଧାୟକଙ୍କ ଗାଡ଼ି ସାମ୍ନାରେ ବାଇକ୍‌ ରଖି ଦେଇଥିଲେ। ବିଧାୟକଙ୍କ ପିଏସ୍‌ଓ ଓ ଡ୍ରାଇଭର ଯୁବକଦ୍ୱୟଙ୍କୁ ଗାଡ଼ି ଆଗରୁ ବାଇକ୍‌ ହଟାଇବା ପାଇଁ କହିଥିଲେ। ଏହାପରେ ସେମାନେ ଢେଲାପଥର ମାଡ଼ କରିବା ସହ ପିଏସ୍‌ଓ ଓ ଡ୍ରାଇଭରକୁ ଆକ୍ରମଣ କରିଥିଲେ। ପିଏସ୍‌ଓ ଓ ଡ୍ରାଇଭର ତଳେ ପଡ଼ିଯିବା ଦେଖି ବିଧାୟକ ଗାଡ଼ିରୁ ବାହାରି ଆସିଥଲେ। ଏହାପରେ ଯୁବକଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.