THE BYAPINI

ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ । କରୋନା ପାଇଁ ୧୦ ମାସ ହେବ ବନ୍ଦ ଥିଲା ଅଭ୍ୟର୍ଥନା କକ୍ଷ ।

Get real time updates directly on you device, subscribe now.


ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ । କରୋନା ପାଇଁ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ସମୟ ହେବ ବନ୍ଦ ରହିଥିଲା ଅଭ୍ୟର୍ଥନା କକ୍ଷ । ତେବେ ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ । ଏଣିକି ଯେଉଁମାନଙ୍କର ଲୋକସେବା ଭବନରେ କାମ ଅଛି ସେମାନେ ପାସ୍ ନେଇ ଭିତରକୁ ଯାଇପାରିବେ ବୋଲି କୁହାଯାଇଛି ।
ଏହାପୂର୍ବରୁ କରୋନା ପାଇଁ ଲକଡାଉନ ଓ ସଟଡାଉନ ସମୟରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା ।ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୂପେ ନିଷେଧାଦେଶ ଜାରି କରାଯାଇଥିଲା । ଏପରିକି ଅଭ୍ୟର୍ଥନା ପ୍ରକୋଷ୍ଠକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । କେବଳ ସାଧାରଣ ଲୋକ ନୁହେଁ ବାର୍ଷିକ ପାସ୍ ନେଇ ଖବର ସଂଗ୍ରହ କରିବାକୁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ମଧ୍ୟ ରୋକ ଲାଗିଥିଲା । ତେବେ ଏହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସମସ୍ତ ସରକାରୀ ଅଫିସକୁ ପ୍ରବେଶ ଅନୁମତି ମିଳୁଥିବା ବେଳେ ଲୋକସେବା ଭବନକୁ କାହିଁକି ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ପ୍ରଶ୍ନ ଉଠିଥିଲା । ଆଉ ଏସବୁ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ଓ ଓଡ଼ିଶା ଗ୍ରୀନ୍ ଜୋନକୁ ଆସିବା ପରେ ଲୋକସେବା ଭବନର ଅଭ୍ୟର୍ଥନା ପ୍ରକୋଷ୍ଠକୁ ଖୋଲି ଦିଆଯାଇଛି । ଯାହାଫଳରେ ସାଧାରଣ ଲୋକଟିଏ ପାସ୍ ନେଇ ନିଜ କାମ ପାଇଁ ଲୋକସେବା ଭବନକୁ ଯାଇପାରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.