THE BYAPINI

ଡକାୟତ-ଗ୍ରାମବାସୀ ମୁହାଁମୁହିଁ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ମହାକାଳପଡ଼ା କାକଟପୁରରେ ଲୁଟ ବେଳେ ମୁହାଁମୁହିଁ ହେଲେ ଡକାୟତ-ଗ୍ରାମବାସୀ । ଗୁଳି ଫୁଟାଇ ଲୁଟିଲେ ଡକାୟତ । ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୩ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୭ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ ଜଣ ଡକାୟତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଡକାୟତ କାକଟପୁର ଗାଁକୁ ଆସିଥିଲେ। ସେମାନେ କବାଟ ଭାଙ୍ଗି ଗାଁର କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶିଥିଲେ। କବାଟ ଭଙ୍ଗା ଶବ୍ଦ ଶୁଣି କାର୍ତ୍ତିକ ସ୍ୱାଇଁ ଉଠିପଡ଼ିବା ପରେ ଡକାୟତମାନେ ତାଙ୍କୁ ଆଲମାରୀ ଚାବି ମାଗିଥିଲେ। ସେ ଚାବି ନଦେବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରତିରୋଧ କରିବାରୁ ଡକାୟତମାନେ ପରିବାରର ଆଉ ତିନି ସଦସ୍ୟଙ୍କୁ ଆକ୍ରମଣ କରିବା ସହିତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହେବା ବେଳେ ବାଇକ୍ ଷ୍ଟାର୍ଟ ନହେବାରୁ ଦୁଇ ଜଣ ଡକାୟତଙ୍କୁ କାର୍ତ୍ତିକଙ୍କ ପରିବାର ଓ ଗାଁ ଲୋକେ ଧରିବାରେ ସଫଳ ହୋଇଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ପୁଲିସ୍ ଜିମାରେ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.