ବାତ୍ୟା ଆସୁଛି,ଭୟ ବଢୁଛି
ବଳ ଗୋଟାଉଛି ବାତ୍ୟା । ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । କିିଛି ସମୟ ପରେ ଏହା ଅବପାତର ରୂପ ନେବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଏହି ଅବପାତ ଆସନ୍ତାକାଲି ସୁଦ୍ଧା ବାତ୍ୟାର ପରିଣତ ହେବ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲନିଷ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ ଆଇଏମଡି । ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ । ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି । ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ୍ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି।
ତେବେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ୧୭ଟି ଏନଡ଼ିଆରଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ। ବାଲେଶ୍ୱର ପାଇଁ ୭ଟି, ଭଦ୍ରକ ପାଇଁ ୪ଟି, କେନ୍ଦ୍ରାପଡ଼ା ପାଇଁ ୩ଟି, ଯାଜପୁର ପାଇଁ ୨ଟି, ମୟୂରଭଂଜ ପାଇଁ ଗୋଟିଏ ଘଊଜୠ ଟିମ୍ ମୁତୟନ ହେବ।