THE BYAPINI

ପୁଣି ଫେରିଲା ଲକଡାଉନ୍

Get real time updates directly on you device, subscribe now.

ପୁଣି ଫେରିଲା ଲକଡାଉନ । କରୋନା ସଂକ୍ରମଣ ଆଉ ଥରେ ଚିନ୍ତା ବଢାଇଦେଇଛି । ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଲାଗୁ କରିଛି ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବୈଠକ ପରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟର ଅମରାବତୀ ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଛି । ଅମରାବତୀରେ ଶନିବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ୟ୍ୟନ୍ତ ଲକଡାଉନ୍ ଲାଗୁ ହେବ ।

ସେହିପରି ଯବତମାଲ ଜିଲ୍ଲାରେ ଫେବୃଆରୀ ୨୮ ତାରିଖ ଯାଏଁ ଜନଗହଳି ରୋକିବାକୁ କଟକଣା ଜାରି କରାଯାଇଛି। ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତା’ ସହ ଅଧା ଲୋକଙ୍କୁ ନେଇ ବିବାହ ହେବ ଏବଂ ରେସ୍ତୋରାଁ ଖୋଲିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ତେବେ ଏହି କଟକଣା ଲକଡାଉନ୍ ନୁହେଁ ବୋଲି ଯବତମାଲ ଜିଲ୍ଲାପାଳ ଏମ.ଡି. ସିଂ କହିଛନ୍ତି।

ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀ ୨୯ ତାରିଖ ମଧ୍ୟରେ କରୋନାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଫେବୃୟାରୀ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଜବତମାଲ୍, ପଂଢ଼ରକବଡ଼ା ଏବଂ ପୁସନ୍ଦରେ କରୋନା ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ ବଢ଼ୁଥିବାର ଦେଖିବାକୁ ମିଳିଛି । ଏହି ତିନୋଟି ସ୍ଥାନରେ ପ୍ରତିଦିନ ପାଖାପାଖି ୫ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ବଢ଼ୁଥିବା କରୋନା ସଂଖ୍ୟା ଏବଂ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରିପୋର୍ଟ ତଲବ କରିଛନ୍ତି ମହାରାଷ୍ଟ୍ର ସରକାର । ଏମିତି କି ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି ।

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୪ ହଜାର ୭୮୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ରାଜ୍ୟରେ ୨୦ ଲକ୍ଷ ୭୬ ହଜାର ୯୩ କରୋନା ରୋଗୀଙ୍କ ସଂଖ୍ୟା ପହଂଚି ସାରିଛି । ସେହିପରି ମହାରାଷ୍ଟ୍ରରେ ୫୧ ହଜାର ୬୩୧ ଜଣ ଲୋକ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ମହାରାଷ୍ଟ୍ରରେ ୩୮ ହଜାର ୧୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପଟେ ମୁମ୍ବାଇ ମହାନଗରରେ ଗତ ୨୪ ଘଂଟାରେ ୭୨୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୪ ହଜାର ୭୮୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ରାଜ୍ୟରେ ୨୦ ଲକ୍ଷ ୭୬ ହଜାର ୯୩ କରୋନା ରୋଗୀଙ୍କ ସଂଖ୍ୟା ପହଂଚି ସାରିଛି । ସେହିପରି ମହାରାଷ୍ଟ୍ରରେ ୫୧ ହଜାର ୬୩୧ ଜଣ ଲୋକ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ମହାରାଷ୍ଟ୍ରରେ ୩୮ ହଜାର ୧୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପଟେ ମୁମ୍ବାଇ ମହାନଗରରେ ଗତ ୨୪ ଘଂଟାରେ ୭୨୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.