ଘରୁ ବାହାରିଲେ ଗିରଫ..
ଦେଶରେ ଯେପରି କରୋନା କମବ୍ୟାକ କରିଛି ପୁଣି ପୂର୍ବପରି ଭୟାବହ ସ୍ଥିତି ଯେ ନଉପୁଜିବ ତାହା କହିବା ଅସମ୍ଭବ । ଠିକ ବର୍ଷକ ପୂର୍ବରୁ କରୋନା ଯେପରି କାୟା ବିସ୍ତାର କରିଥିଲା ଏବେ ଠିକ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶରେ ସଂକ୍ରମଣ ବୃଦ୍ଧିକୁ ଦେଖି ନଜରରେ ରଖି କଟକଣା କଡାକଡି କରାଯାଇଛି । ମଧ୍ୟପ୍ରଦେଶର ୩ଟି ସହରରେ ଲାଗୁ କରାଯାଇଛି ଲକଡାଉନ । ଏପରିକି ବିନା କାମରେ ଘରୁ ବାହାରିଲେ ଗିରଫ ପାଇଁ ନିର୍ଦ୍ଦେଶ ରିହିଛି ।
ମଧ୍ୟପ୍ରଦେଶର ୩ ଟି ସହର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରଥମ ଲକଡାଉନ ଶନିବାର ରାତି ୧୦ ଟାରୁ ଆରମ୍ଭ ହୋଇଛି । ଏହି ଲକଡାଉନ ସୋମବାର ସକାଳ ୬ ଟା ଯାଏ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା କାରଣରେ ଘରୁ ବାହାରିଲେ ଗିରଫ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀ କାଳୀନ ସେବାକୁ ଛାଡି ଅନ୍ୟ ସବୁସେବା ବନ୍ଦ ରହିବ । ଅନ୍ୟପଟେ ମାର୍ଚ୍ଚ ୨୧ ତାରିଖରୁ ଏଠାରେ ଏମପିପିଏସସି ପରୀକ୍ଷା ଆରମ୍ଭ ହେଉଥିବାରୁ ପରିକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ ବୋଲି କୁହାଯାଇଛି ।
ମଧ୍ୟପ୍ରଦେଶରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୩୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ୭୭୮ ଜଣ ଇନ୍ଦୋର, ଭୋପାଳ ଓ ଜବଲପୁରରୁ ରହିଛନ୍ତି । ପୂର୍ବ ୭ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୪ ପ୍ରତିଶତ ବୃଦ୍ଧି ପାଇଛି ।