THE BYAPINI

ମାହାଙ୍ଗାରୁ ପ୍ରଶ୍ନ କଲେ ପୁରନ୍ଦେଶ୍ୱରୀ

Get real time updates directly on you device, subscribe now.

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ବିଜେପି ପକ୍ଷରୁ କଟକ ମାହାଙ୍ଗାରେ ମହିଳା ସମାବେଶ କରାଯାଇଛି । ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ।

ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଆଇନ ଶୃଙ୍ଖଳା, ଅପରାଧ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ରାଜ୍ୟ ବିଜେପି ।ଜେଡି ଭଳି ବିଜେପି ମହିଳାଙ୍କୁ ଭୋଟ ଦେବା ମେସିନ ବୋଲି ଭାବେନି । ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ ସେଠି ଉନ୍ନତି ହୁଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଝିଅ ବିଳମ୍ବରେ ଘରକୁ ଫେରିଲେ ଅନେକ ପ୍ରଶ୍ନ ପଚାରାଯାଏ, କିନ୍ତୁ ଏ ପ୍ରଶ୍ନ ପୁଅକୁ ବି ପଚାରିବା କଥା । ପୁଅମାନଙ୍କୁ ଏହି ପ୍ରଶ୍ନ କରାଯାଉ ନଥିବାରୁ ଆଜି ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି ।

ଭ୍ରଷ୍ଟାଚାର କଥା ଉଠାଇବାରୁ ମାହାଙ୍ଗାରେ ଦୁଇ ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ । ଯଦି ମହିଳାଙ୍କ ପାଇଁ ଏତେ ଦରଦ କାହିଁକି ସେମାନଙ୍କ ପତ୍ନୀଙ୍କୁ ବିଧବା କଲେ? ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ବୋଲି ନବୀନ କହୁଛନ୍ତି। କୁଳମଣି ବରାଳ, ପରୀ କଣ ତାଙ୍କ ପରିବାରର ନୁହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ୱରୀ ।

ବିଜେପି ମହିଳା ସମାବେଶ

ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ଦିଆଯାଇଛି । ୨୦ ଲକ୍ଷ ଘର ପାଇଁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କେନ୍ଦ୍ର ସହାୟତା ଦେଇଛି । କିନ୍ତୁ ରାଜ୍ୟ ସରକାର କେବଳ ପୋଷ୍ଟର ମାରି ନିଜର ଆତ୍ମପ୍ରଚାର କରୁଛନ୍ତି । ଦେଶର ଅନେକ ସ୍ଥାନରେ ଝିଅ ଜନ୍ମ ହେବା ବୋଝ ବୋଲି ମନେକରାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀ ଝିଅଙ୍କୁ ଲଷ୍ମୀ ବୋଲି ବିବେଚନା କରନ୍ତି । ଏ ନେଇ ‌ସେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ୯.୫୦ ଲକ୍ଷ ଆକାଉଣ୍ଟ ଖୋଲାଯାଇଛି । ଜନଧନ ଯୋଜନାରେ ୩୫ ଲକ୍ଷ ଆକାଉଣ୍ଟ ଓଡ଼ିଶାରେ ଥିବା ବେଳେ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖାତାକୁ ହଜାରେ ଲେଖାଏଁ ଟଙ୍କା ସହାୟତା ଦେଇଥିଲେ ।
ବିଜେପି ଏକ ମାତ୍ର ଦଳ ଯିଏ ସେବା ଉପରେ ବିଶ୍ୱାସ କରେ । ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର କରିବା ପାଇଁ ନିର୍ବାଚନ ଲଢ଼ନ୍ତି ଏବଂ କ୍ଷମତାକୁ ଆସିବାକୁ ଚାହାନ୍ତି। କିନ୍ତୁ ବିଜେପି ଲୋକଙ୍କ ସେବା କରିବାକୁ କ୍ଷମତା ଚାହୁଁଛି । ଆଗାମୀ ଦିନରେ ମାହାଙ୍ଗାବାସୀ ଶାରଦା ପ୍ରଧାନ ଓ ବିଜେପିକୁ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.