THE BYAPINI

ମାହାଙ୍ଗା ମର୍ଡର, ଅଭିଯୁକ୍ତ ଅଟକ !

Get real time updates directly on you device, subscribe now.

ପ୍ରତିଶ୍ରୁତି ଅନୁଯାୟୀ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇଛି ପୋଲିସ । ବହୁଚର୍ଚ୍ଚିତ ମାହାଙ୍ଗା ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଟକ ରଖିଛି ଗ୍ରାମାଞ୍ଚଳ ପୁଲିସ। ଗ୍ରାମାଞ୍ଚଳ ପୁଲିସ୍ ଦ୍ବାରା ଗଠିତ ୫ ଜଣିଆ ଟିମ୍‌ ବିିଭିନ୍ନ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ଜେରା କରାଯାଉଛି। ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ଏନେଇ ଅଧିକ ସୂଚନା ‌ପ୍ରଦାନ କରିବେ ବୋଲି ଜଣାଯାଇଛି ।

ଗତ ୨ ତାରିଖ ରାତିରେ ମାହାଙ୍ଗା ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ତ ରାଜନୈତିକ ଶତ୍ରୁତା ଯୋଗୁଁ ହୋଇଥିବା ବିଜେପି ଅଭିଯୋଗ କରିଥିଲା। ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା।

ମଙ୍ଗଳବାର ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବିଭିନ୍ନ ଅଞ୍ଚଳରୁ ପୁଲିସ ଦ୍ବାରା ଗଠିତ ୫ ଜଣିଆ ଟିମ୍‌ ଉଠାଇ ନେଇଥିବା ସହ ଅଲଗା ଅଲଗା ଜାଗାରେ ଉକ୍ତ ବ୍ୟକ୍ତିମାନଙ୍କୁ ଜେରା କରାଯାଉଛି। ସେପଟେ ରାଜନୀତି ମଧ୍ୟ ଜୋର ହେବାରେ ଲାଗିଛି । ବିଜେପି ମାମଲାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରୁଥିବା ବେଳେ ଆଇନ ମନ୍ତ୍ରୀଙ୍କ ଭୁମିକାକୁ କାଠଗଡାରେ ଠିଆ କରାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.