THE BYAPINI

ମାହାଙ୍ଗା ଗଣହତ୍ୟା ମାମଲା : ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୋଲିସ

Get real time updates directly on you device, subscribe now.

ମାହାଙ୍ଗାରେ ବର୍ବର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଏହି ଗଣହତ୍ୟାକୁ ନେଇ ନାନା ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ତଦନ୍ତ ଆଗକୁ ବଢିବା ସହ ନୂଆ ନୂଆ ତଥ୍ୟ ପୋଲିସ ହାତକୁ ଆସିବାରେ ଲାଗିଛି । ହତ୍ୟାକୁ ନେଇ ଶିବପ୍ରସାଦଙ୍କୁ ଜେରା କରାଯିବ । ଆବଶ୍ୟକ ପଡ଼ିଲେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇପାରେ ।
ତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କଟୁରୀକୁ ଜବତ କରିଛି ପୁଲିସ । କଟୁରୀରେ ଲାଗିଥିବା ରକ୍ତକୁ ଏବେ ଲ୍ୟାବରେ ଟେଷ୍ଟ କରାଯିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ଏଥିସହ ଅଭିଯୁକ୍ତର ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ମୋବାଇଲ କଲ ରେକର୍ଡକୁ ଯାଂଚ କରିବା ପରେ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଏସପି ସୂଚନା ଦେଇଛନ୍ତି । କେବଳ ଜଣେ ବ୍ୟକ୍ତି ଏକୁଟିଆ କେମିତି ୫ ଜଣଙ୍କୁ ହତ୍ୟା କରିପାରିବ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.