ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ୍
ମହାରାଷ୍ଟ୍ରରେ ଭୟଙ୍କର ହେଲାଣି କରୋନା । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି । ସେହିପରି ଗତ ୨୪ ଘଂଟାରେ ୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୧୮ ରୋଗୀ ଓ୍ବାସିମ ଜିଲାର। ନୂତନ କରୋନା ରୋଗୀଙ୍କ ମଧ୍ୟରୁ ଓ୍ବାସିମ ଜିଲାର ଏକ ସ୍କୁଲର ୧୧୯ ପିଲା ସାମିଲ ଅଛନ୍ତି। ଏହି ଛାତ୍ରମାନେ ଅମରାବତୀର ବିଭିନ୍ନ ଅଞ୍ଚଳରୁ ହଷ୍ଟେଲକୁ ଆସିଥିଲେ । ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ର ଅମରାବତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ହଷ୍ଟେଲରେ ଅମରାବତୀ, ହିଙ୍ଗୋଲୀ, ନାନ୍ଦେଦ, ବଶୀମ, ବୁଲଧାନା, ଅକୋଲାର ୩୨୭ ଛାତ୍ର ରହି ପାଠ ପଢନ୍ତି। ଏହି ଜିଲ୍ଲାମାନଙ୍କ ମଧ୍ୟରୁ କେତେକ ଜିଲ୍ଲାରେ ଦୈନିକ କରୋନା ଭାଇରସ୍ ସଂକ୍ରମଣ ମାମଲା ଖୁବ୍ ଅଧିକ ଆସୁଥିବା ଜଣାପଡ଼ିଛି। ଗତକାଲି ବାଶିମ ଜିଲ୍ଲାରୁ ୩୧୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୦ଜଣ ଛାତ୍ର ଅଛନ୍ତି । ମହାରାଷ୍ଟ୍ରରେ କରୋନା ଭାଇରସର ଦ୍ୱିତୀୟ ଲହରୀ ମଧ୍ୟ ଅମରାବତୀରୁ ଆରମ୍ଭ ହୋଇଥିଲା । ଏଠାରେ ମାର୍ଚ୍ଚ ୧ ଯାଏଁ ଲକଡାଉନ୍ ଲାଗୁ ହୋଇଛି ।
ବିଗତ ୨୪ ଘଣ୍ଟାରେ ୧୧୯ ଦିନ ପରେ ୮୮୦୭ ନୂଆ କେସ୍ ସାମ୍ନାକୁ ଆସିଛି । ୧୮, ଅକ୍ଟୋବର ପରେ ଏହା ସର୍ବାଧିକ ଦୈନିକ ମାମଲା। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୭୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମଣ ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଂଚିଛି। କରୋନାର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ଆତଙ୍କ ଖେଳିଯାଇଛି । ପୂର୍ବରୁ କର୍ଣ୍ଣାଟକ ଓ ଗୁଜୁରାଟ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇଛନ୍ତି ।