THE BYAPINI

ପୁଣି ଫେରୁଛି ଲକଡାଉନ

Get real time updates directly on you device, subscribe now.

ପୁଣି ଫେରୁଛି ଲକଡାଉନ । କରୋନା ସଂକ୍ରମଣ ଉପରମୁହାଁ ଯୋଗୁଁ ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକଡାଉନ ଲାଗୁ କରାଯାଇଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ମହାରାଷ୍ଟ୍ର ସରକାର । ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।
ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ନାଗପୁରରେ ସଂପୂଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଏହି ସମୟରେ କୌଣସି ଲୋକ ଘର ବାହାରିପାରିବେ ନାହିଁ । କେବଳ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ ।ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି।

ଆଗକୁ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକଡାଉନ ଲାଗୁ କରାଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କେତ ଦେଇଛନ୍ତି। କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଆଗାମୀ ଦିନରେ ଆଉ କିଛି ସ୍ଥାନରେ ଲକଡାଉନ ଲାଗୁ ହୋଇପାରେ। ଏ ସର୍ମ୍ପକରେ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନେବୁ। ଏବେ କେବଳ ନାଗପୁର କମିଶନରେଟ୍‌ ପୁଲିସ୍‌ ଅଧୀନରେ ଥିବା ସବୁ ସ୍ଥାନରେ ଲକଡାଉନ ଲାଗୁ କରାଯାଉଥିବା ସେ କହିଛନ୍ତି।
ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ଦେଶରେ ପ୍ରାୟ ୨୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩ ହଜାରରୁ ଅଧିକ ରହିଥିଲା। ୨୪ଘଣ୍ଟା ମଧ୍ୟରେ ୧୩,୬୫୯ଜଣ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ଦେଖି କୋଭିଡ କଟକଣା ଲଗାଇବାକୁ କହିଥିଲେ। ଏହା ପରେ ନାଗପୁରରେ ଲକଡାଉନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଗତମାସରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, କୋଚିଂ ସଂସ୍ଥା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ବଜାର ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ରାଜ୍ୟରେ ପୂର୍ବରୁ ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ୟ୍ୟକ୍ରମ ଉପରେ ରୋକ ଲଗାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.