THE BYAPINI

ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା

Get real time updates directly on you device, subscribe now.

କରୋନା ସଂକ୍ରମଣକୁ ଦେଖି ମହାରାଷ୍ଟ୍ରରେ କଡାକଡି ହୋଇଛି କଟକଣା । ପୁରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ରାତି ୮ ଟାରୁ ସକାଳ ୭ ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁହେବ । କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ ।

ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟରେ ବସିକରି ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ହୋଟେଲଗୁଡିକ କେବଳ ପାର୍ସଲ ସେବା ଯୋଗାଇ ପାରିବେ । ବଡଧରଣର ଫିଲ୍ମ ସୁଟିଂକୁ ମିଳିବନି ଅନୁମତି ।ସମସ୍ତ ସିନେମା ହଲ, ପାର୍କ ଓ ଖେଳପଡିଆ ବନ୍ଦ ରହିବ ।କର୍ମଚାରୀ ମାନେ ଘରେ ରହି ସମସ୍ତ ଅଫିସ୍ କାମ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।

ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ରାଜ୍ୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । କଟକଣା ଭିତରେ ଚାଲିବ ଲୋକାଲ ଟ୍ରେନ ଓ ପବ୍ଲିକ ଟ୍ରାନ୍ସପୋର୍ଟ । ଦେଶରେ ଦୈନିକ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ୫୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ସରକାର ଚିନ୍ତାରେ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.