THE BYAPINI

ବାହା ହେଲେ ମଲାଲା

Get real time updates directly on you device, subscribe now.

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ମଲାଲା ଟ୍ୱିଟରରେ ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି । ମଲାଲା କହିଛନ୍ତି, ଆଜି ତାଙ୍କ ପାଇଁ ଏକ ବଡ ଦିନ ।

ଲଣ୍ଡନର ବର୍ମିଂହାମସ୍ଥିତ ବାସଭବନରେ ଏକ ସାଧାରଣ ଉତ୍ସବରେ ଉଭୟ ବିବାହ କରିଛନ୍ତି ।ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ କରି ଆଫଗାନିସ୍ତାନରେ ତାଲିବାନର ଆକ୍ରମଣର ଶିକାର ହୋଇଥିଲେ ।ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବା ବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବ୍‌ମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ । ସେହି ସମୟରେ ସେ ସମଗ୍ର ବିଶ୍ବରେ ସୁପରିଚିତା ହୋଇଯାଇଥିଲେ ।

୨୦୧୨ ମସିହାରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ୨୪ ବର୍ଷୀୟ ମଲାଲା ୟୁସୁଫ୍‌ଜଇ ହେଉଛନ୍ତି ନାରୀ ଶିକ୍ଷାକୁ ସମର୍ଥନ କରୁଥିବା ଜଣେ ପାକିସ୍ତାନୀ ସାମାଜିକକର୍ମୀ ଏବଂ ଇତିହାସରେ ସର୍ବକନିଷ୍ଠ ନୋବେଲ୍‌ ପୁରସ୍କାର ବିଜୟିନୀ ।

Get real time updates directly on you device, subscribe now.

Leave A Reply

Your email address will not be published.