THE BYAPINI

ମାଲକାନଗିରିରୁ ଛତିଶଗଡ…ସବୁ ରାସ୍ତା ସିଲ୍

Get real time updates directly on you device, subscribe now.

ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟ ପାଇଁ ବିପଦ ବଢାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛତିଶଗଡ ବସ୍ତର ଜିଲ୍ଲାରେ ଆଜିଠାରୁ ଲକ୍ ଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଫଳରେ ଏବେ ଅଧିକାଂଶ ଲୋକେ ଓଡିଶା ମୁହାଁ ହୋଇଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରିଠାରୁ ଛତିଶଗଡ, ସୁକୁମା ଓ ଦୋର୍ନାପାଲକୁ ସଂଯୋଗ କରୁଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅପ୍ରେଲ ୩୦ତାରିଖ ପର୍ୟ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ୭ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏହାସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ସୁକୁମା-ମାଲକାନଗିରି ସୀମାନ୍ତରେ ଲୋକଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.