THE BYAPINI

ଖୋଲିଲା ମଲ, ସିନେମା ହଲ, ପାର୍କ

Get real time updates directly on you device, subscribe now.

ଅଗଷ୍ଟ ମାସର ଗାଇଡଲାଇନରେ ବଡ ଖବର । ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ।

ରାଜ୍ୟରେ ଖୋଲିବ ମଲ୍ ସିନେମା ହଲ୍ ଓ ପାର୍କ । ନିର୍ଦ୍ଧାରିତ ସମୟ ମଧ୍ୟରେ ମଲ ଖୋଲିବା ନେଇ ଏହି ଗାଇଡଲାଇନରେ କୁହାଯାଇଛି । ସେହିପରି କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନରେ ମଲ ବନ୍ଦ ରହିବ । ସେପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ଅନୁମତି ମିଳିଛି । ପାର୍କ ସହ ସମୁଦ୍ରକୂଳକୁ ମଧ୍ୟ ପର୍ୟ୍ୟଟକଙ୍କୁ ଅନୁମତି ଦିଆଯାଇଛି । ହେଲେ ଏହି ସମୟରେ ସମସ୍ତ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି ।

ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । କେତୋଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ସମ୍ପୂର୍ଣ୍ଣ ଅନଲକ୍ କରିନାହାନ୍ତି ସରକାର । ତେବେ ପୂର୍ବରୁ ମଲ୍ ଗୁଡିକ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ କଟକଣା ସହ ଖୋଲିପାରିବ ରାଜ୍ୟର ସମସ୍ତ ମଲ୍ । ସେହିପରି ସିନେମା ହଲ୍, ଥିଏଟର ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ଏହି ନୂଆ ନିୟମ ବଳବତ୍ତର ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.