ହୁଇଲ୍ ଚେୟାରରେ ରୋଡ ସୋ’
ଆହତ ହେବା ପରେ ଆକ୍ସନ ମୋଡରେ ଦିଦି । ହୁଇଲ ଚେୟାରରେ କୋଲକାତାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ହୁଇଏ ଚେୟାରରେ ନିର୍ବାଚନ ମୈଦାନୁକ ଓହ୍ଲାଇବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି ।କୋଲକାତାରେ ପ୍ରାୟ ୫ କିଲୋମିଟର ବାଟ ରାଲି କରିଛନ୍ତି ମମତା ଆଉ ତାଙ୍କ ସାଥୀରେ ରହିଛନ୍ତି ଶହଶହ ଟିଏମସି କର୍ମୀ ।
ସେପଟେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଷଡ଼ଯନ୍ତ୍ର ନୁହେଁ ବୋଲି ଭାରତର ନିର୍ବାଚନ କମିସନ୍ କହିଛନ୍ତି। ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା ଥିଲା। ଏହାରି ଭିତରେ ମମତା ଆଜି କୋଲକାତାରେ ହୁଇଲ୍ ଚେୟାରରେ ପ୍ରଚାର ମୈଦାନକୁ ଓହ୍ଲାଇ କର୍ମୀ ଓ ନେତାଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି ।
ମମତା ବାନାର୍ଜୀ ହ୍ଵିଲ୍ଚେୟାର୍ରେ ବସି କୋଲ୍କାତାର ଗାନ୍ଧୀମୂର୍ତ୍ତିରୁ ହାଜରା ପର୍ୟ୍ୟନ୍ତ ହେବାକୁ ଥିବା ରୋଡ୍ସୋ’ କରିଛନ୍ତି । ଆଜି କୋଲକାତାରେ ରୋଡ୍ ସୋ କରିଛନ୍ତି ମମତା । ଆସନ୍ତାକାଲି ଅର୍ଥାତ୍ ୧୫ ମାର୍ଚ୍ଚରେ ପୁରୁଲିଆ, ୧୬ ମାର୍ଚ୍ଚରେ ବାଙ୍କୁରା ଏବଂ ୧୭ ମାର୍ଚ୍ଚରେ ଝାରଗ୍ରାମରେ ହୁଇଲ ଚେୟାରରେ ମମତା ରାଲି କରି ଦଳ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।ସେପଟେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆଜି ଠାରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ।