ଖେଳ ହୋଇଗଲା ନନ୍ଦୀଗ୍ରାମରେ
ମମତାଙ୍କ ଲୋକପ୍ରିୟତା ଆଗରେ କାମ କଲା ନାହିଁ ମୋଦି ମ୍ୟାଜିକ ।ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା,ଶେଷରେ ତାର ରେଜଲ୍ଟ ଆସିଛି । ନନ୍ଦିଗ୍ରାମରେ ବାଜିମାରିଲେ ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରଙ୍କୁ ୧୨ ଶହ ଭୋଟରେ ହରାଇଛନ୍ତି ଦିଦି । ମମତାଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଆସୁଛି ।
ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠାରୁ ହାଇପ୍ରୋଫାଇଲ ଆସନ ଥିଲା ନନ୍ଦୀଗ୍ରାମ । ଏହି ଆସନ ପାଇଁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଚାଲିଥିଲା । ତେବେ ଏହି ଆସନରୁ ମମତା ବିଜୟୀ ହୋଇଛନ୍ତି । ଏହି ଆସନ ପାଇଁ ଲଢେଇ ଏତେ ତୀବ୍ର ଥିଲା ଯ଼େ ଭୋଟ ଗଣତିର ପ୍ରଥମ ୧୦ ରାଉଣ୍ଡ ପର୍ୟ଼୍ୟନ୍ତ ଶୁଭେନ୍ଦୁ ଆଗୁଆ ଥିଲେ । ତେବେ ଶେଷ କେତୋଟି ରାଉଣ୍ଡରେ ଟ୍ରେଣ୍ଡ ବଦଳିଯାଇଥିଲା । ମମତା ଶୁଭେନ୍ଦୁ ଅଧିକାରୀଙ୍କୁ ଟପିଯ଼ାଇଥିଲେ ।
ବିଜୟ ପରେ ମମତା ବାନାର୍ଜୀ ଟ୍ବିଟ କରି ଲେଖିଛନ୍ତି ଯ଼େ ଲୋକମାନେ ନିଜ ଝିଅ ହାତରେ ହିଁ ବଙ୍ଗକୁ ଦେଇଛନ୍ତି ।ନନ୍ଦିଗ୍ରାମ ବିଜୟ ପରେ ମମତା ବିଜୟ ପରେ ମମତା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ସମସ୍ତଙ୍କ ଧନ୍ୟବାଦ ଜଣାଉଛି, ବାଂଲାର ବିଜୟ ହୋଇଛି।’ ଏଥିସହିତ ମମତା ନିଜ ସମର୍ଥକମାନଙ୍କୁ ବିଜୟ ଶୋଭାଯାତ୍ରା ନ କରିବାକୁ ଏବଂ କୋଭିଡ ଗାଇଡ ଲାଇନ୍ ପାଳନ କରିବାକୁ ପରାମର୍ଶ୍ୟ ଦେଇଛନ୍ତି।