THE BYAPINI

ମମିତା ହତ୍ୟା ମାମଲା: ବିଜେପିର ଜୋରଦାର ଆନ୍ଦୋଳନ

Get real time updates directly on you device, subscribe now.

ମମିତା ହତ୍ୟାକାଣ୍ଡ ମାମଲାରେ ଜୋରଦାର ଆନ୍ଦୋଳନ । ଆନ୍ଦୋଳନକୁ ଜୋରଦାର କରିଛି ବିଜେପି । ପୁରୀରେ ବିଜେପି ପକ୍ଷରୁ ବିଶାଳ ରାଲି କରାଯାଇଛି । ଶହଶହ କର୍ମୀ ବିଶାଳ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଏସପି ଅଫିସ ଅଭିମୁଖେ ଯାଇଛନ୍ତି । ଦୁଇଟି ବ୍ୟାରିକେଡ୍ ଭାଙ୍ଗି ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ । ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୁଲିସ ।ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ପୂର୍ବ ଘୋଷଣା ଅନୁସାରେ ୨୬ ଓ ୨୭ ତରିଖ ଦୁଇଦିନ ଧରି ଏସପି ଅଫିସ ଘେରାଉ କରାଯାଉଛି ।

ସେପଟେ ଜଗତସିଂହପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ କରାଯାଇଛି । ଜଗତସିଂହପୁର ଏସ୍ପି ଅଫିସ୍ ଘେରାଉ କରିଥିଲେ ବିଜେପି କର୍ମୀ । ଏସ୍ପି ଅଫିସ୍କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.