ମମିତା ହତ୍ୟା: ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍
ମମିତା ହାତ୍ୟା ମାମଲାରେ ଯେଉଁ ତଦନ୍ତ ହେଉଛି ତାହାର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ । ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ମମିତା ମୃତ୍ୟୁ ମାମଲାର ତଦନ୍ତର ଅନୁଧ୍ୟାନ ଅବସରପ୍ରାପ୍ତ ଜିଲ୍ଲା ଜଜ କିମ୍ବା ହାଇକୋର୍ଟର କୌଣସି ଜଜ୍ କରନ୍ତୁ ବୋଲି ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଆଉ ମାନ୍ୟବାର ହାଇକୋର୍ଟ ମମିତା ମୃତ୍ୟୁ ମାମଲାର ଗୁରୁତ୍ୱ ବୁଝିବା ସହ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ଏହି ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।
ତଦନ୍ତରେ ପାରଦର୍ଶିତା ଓ ନିରପେକ୍ଷତା ରଖିବାକୁ ମାନବ୍ୟର କୋର୍ଟ ଜଣେ ବିଚାରପତିଙ୍କୁ ତଦନ୍ତର ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଆଉ ଆଜି ଅବସରପ୍ରାପ୍ତ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ତଦନ୍ତର ଅନୁଧ୍ୟାନ ପାଇଁ ଦାୟିତ୍ୱ ଦେଇଛନ୍ତି ହାଇକୋର୍ଟ । ଏହାଦ୍ୱାରା ବିରୋଧୀ ତଦନ୍ତକୁ ନେଇ ଯେଉଁଭଳି ପ୍ରଶ୍ନ ଉଠାଉଥିଲେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।
ଅକ୍ଟୋବର ୮ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇଛି । ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ଓ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସମ୍ପକ୍ତିକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ଥିବାବେଳେ ତା’ପୂର୍ବରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।