THE BYAPINI

ଜେଲ ଗଲା ଗୋବିନ୍ଦ

Get real time updates directly on you device, subscribe now.

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି ।
ଗତକାଲି ଗୋବିନ୍ଦର ରିମାଣ୍ଡ ଅବଧି ସରିଥିଲା। ତେଣୁ ଆଜି ଭୋରରୁ ତାକୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏବେ କଂଟାବାଞ୍ଜି ଜେଲ ହାଜତରେ ରହିବେ ଗୋବିନ୍ଦ ସାହୁ । ଏବେ ଡ୍ରାଇଭର ରାଧେଶ୍ୟାମ୍ କାଣ୍ଡିଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।
କେବଳ ମମିତା ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ, ଗୋବିନ୍ଦଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ତଦନ୍ତ ନେଇ କୌଣସି ସୂଚନା ଦେଉନାହିଁ । ମମିତାଙ୍କୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ କିଏ ସହାୟତା କରିଥିଲେ, ପୋଲିସ ବାରାକରୁ ଫେରାର ହେବା ପଛରେ କାହାର ହାତ ଥିଲା, ଏସବୁ ଏବେବି ଅସମାହିତ ହୋଇ ରହିଛି । ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା। ଆଖୁ ବାଡ଼ିରେ ଥିବାବେଳେ ମୋବାଇଲ୍ ବ୍ୟବହାର କରୁଥିବାରୁ ପୋଲିସର ଟ୍ରାକିଂରେ ସେ ଧରାପଡ଼ିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.