ସ୍ତ୍ରୀ,ପୁଅକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା
ସ୍ତ୍ରୀ ଓ ପୁଅକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କୋଟବଗଡ ଗାଁରେ ଏଭଳି ଏକ ଅଭାବନନୀୟ ଘଟଣା ଘଟିଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ ପହଁଚି ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।
ସୁଜନ ପ୍ରଧାନ ନାମକ ଜଣେ ବ୍ୟକ୍ତି ପ୍ରଥମେ ନିଜର ଦଶ ମାସର ପୁଅର ତଣ୍ଟି ଚିପି ମାରିବା ପରେ ସ୍ତ୍ରୀର ବେକ କାଟି ହତ୍ୟା କରିଛି । ପୁଅ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ପାରିବାରିକ କଳହ ଓ ଋଣ ଚାପରେ ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।