କେନ୍ଦୁଝର: ଯେତେବେଳେ ପଶୁ ପାଲଟିଯାଏ ମଣିଷ..
ଜ୍ୱାଇଁ ଘଟାଇଲା ଜଘନ୍ୟ କାଣ୍ଡ । ଟପିଗଲା ସବୁ ସୀମା । ଶାଳୀକୁ କୁରାଢୀରେ ହାଣି ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ । ଏଭଳି ଚାଂଚଲ୍ୟକର ଖବର ଆସିଛି କେନ୍ଦୁଝରରୁ । ରାଗ ଓ କ୍ରୋଧରେ ମଣିଷ କିଭଳି ଯେ ସବୁ ସୀମା ଟପିଯାଏ ,ନୃଶଂସ ପାଲଟିଯାଏ ତାହା ଦେଖିବାକୁ ମିଳିଛି କେନ୍ଦୁଝରରେ ।
କେନ୍ଦୁଝର ମୁର୍ଗାପଡାରେ ରହୁଥିବା ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ସହିତ ରୂପ ସିଂ ରବିବାର ଦିନ ଜଙ୍ଗଲକୁ ଛତୁ ଓ ସଂଗ୍ରହ କରିବା ପାଇଁ ଯାଇଥିଲା । ହେଲେ କୌଣସି କାରଣରୁ ରୂପ ସିଂ ଓ ଶାଳୀ ମରିୟମ ହସା ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଗଣ୍ଡଗୋଳ ଏପରି ହୋଇଥିଲା ଯେ,ଶେଷରେ ରୂପ ସିଂ ସବୁ ସଂପର୍କକୁ ଭୁଲି ଯାଇଥିଲା । ଶାଳୀକ କୁରାଢୀରେ ହାଣି ମାରିବା ପରେ ୨୦୦ ଫୁଟ ତଳକୁ ଫୋପାଡିଦେଇଥିଲା । । ହେଲେ ଏତିକିରେ ରୂପ ସିଂର ରାଗ ସରିନଥିଲା । ଶେଷରେ ସବୁ ସୀମା ଟପି ଶାଶୁ ଫୁଲମଣି ହସାର ହାତକୁ ଗଛରେ ବାନ୍ଧି ଦୁଷ୍କର୍ମ କରିଥିଲା । ସେଠାରୁ କୌଣସି ମତେ ଶାଶୁ ଫୁଲମଣି ହସା ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲା । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିବା ବେଳେ ଶାଳୀ ମରିୟମ ହସାର ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇନାହିଁ । ସେପଟେ ଅଭିଯୁକ୍ତ ରୂପ ସିଂ ଫେରାର ହୋଇଯାଇଛି । ରୂପ ସିଂକୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି ।