THE BYAPINI

ପ୍ରେମିକାଙ୍କୁ ଜୀଅନ୍ତା ଜାଳିଦେଲା ପ୍ରେମିକ

Get real time updates directly on you device, subscribe now.

ପ୍ରେମିକାଙ୍କୁ ଜାଳିଦେଲା ପ୍ରେମିକ । ଏଭଳି ଜଘନ୍ୟକାଣ୍ଡ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗାଁରେ ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି ପୁରୁଷୋତମପୁର ପୋଲିସ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାସ୍ଥଳରୁ ଅନେକ ଜିନିଷ ଜବତ କରିଛି ପୋଲିସ । ୨୦୧୫ ମସିହାରୁ ପୁଅ ଝିଅ ପାଠ ପଢିବା ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ପାଇଁ ଚାହୁଁଥିଲେ ଯୁବତୀ । ସେପଟେ ପ୍ରେମିକ କୃଷ୍ଣ ସାହୁଙ୍କର ବିବାହ ମାମୁଁ ଝିଅଙ୍କ ସହ ଠିକ୍‌ ହୋଇଥିଲା । ଏହା ଜାଣିଦେଇଥିଲେ ଯୁବତୀ ଜଣକ । ଗତକାଲି ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର, ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡି ଦେଇଥିଲେ। ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦% ପୋଡ଼ି ଯାଇଥିଲା।ମୃତ୍ୟୁ ପୂର୍ବରୁ ଯୁବତୀଙ୍କ ମୃତ୍ୟକାଳୀନ ଜମାନବନ୍ଦୀ ରେକର୍ଡ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ଛାନବିନ୍ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.