ମାନସଙ୍କୁ ଉଠାଇନେଲା ପୁଲିସ
ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୋଲିସ । ମାନସଙ୍କ ନାଁରେ ନିର୍ୟାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଛି । ଖୋର୍ଦ୍ଧାରୁ ଏତ ସ୍ୱତନ୍ତ୍ର ଟିମ ଆସି ମାନସଙ୍କୁ ଗିରଫ କରିଥିବା ସୂଚନା ମିିଳିଛି ।
ମାନସ ଦାସଙ୍କ ମାନବବାଦ ସଂଗଠନଙ୍କ ନାଁରେ ରହିଥିବା ଅଭିଯୋଗ ଲମ୍ୱା ରହିଛି। ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି । ବାପା-ପୁଅଙ୍କୁ ପିଟିବାର ଭିଡିଓ ଭାଇରାଲ ହେବା ପରେ ମାନଓ ବିବାଦରେ ଥିଲେ । ତାଙ୍କ ସଂଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ଥିଲା । ଆଜି ବି ମାନସଙ୍କ ବିରୋଧରେ ଆଉ ଏକ ଏଫଆଇଆର ହୋଇଥିଲା । ଖୋର୍ଦ୍ଧା ବୋଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ମାନସ । ସଂଗଠନ ନାଁରେ ନୀରିହ ଆଦିବାସୀଙ୍କ ଉପରେ ଚଳାଇଥିଲା ଅତ୍ୟାଚାର ।
ଗତ ୨ ତାରିଖ ରାତିରେ ମାନବବାଦ ସଂଗଠନ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।