ମାନସ ହତ୍ୟା ମାମଲା: ୩ଟି ଜାଗାରେ ହେବ କ୍ରାଇମ୍ ସିନ ରିକ୍ରିଏସନ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଟି ଜାଗାରେ ହେବ ସିନ ରିକ୍ରିଏସନ । ଚାନ୍ଦବାଲି, ଦୟାଲ ଆଶ୍ରମରେ ସିନ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ସେହିପରି ନୟାଗଡରେ ପୋତାଯାଇଥିବା ସ୍ପଟକୁ ନେବ କ୍ରାଇମବ୍ରାଞ୍ଚ ।
ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କର ରିମାଣ୍ଡ ସରିବ । ତେଣୁ ଆଜି ରିମାଣ୍ଡର ଚତୁର୍ଥ କ୍ରାଇମ୍ ସ୍ପଟ୍କୁ ନେଇ ବଳିଷ୍ଠ ପ୍ରମାଣ ଯୋଗାଡ଼ କରାଯାଇପାରେ । ଚାନ୍ଦବାଲି ପଳାଶପୁରର ଅପହରଣ ସ୍ଥାନ, ହତ୍ୟା କରାଯାଇଥିବା ଭୁବନେଶ୍ୱର ଦୟାଲ ଆଶ୍ରମ, ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ରଣପୁରକୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।
ପ୍ରଥମେ ଚାନ୍ଦବାଲି ପଳାସପୁରକୁ ନିଆଯାଇଛି ଅଭିଯୁକ୍ତଙ୍କୁ । ଯେଉଁଠାରେ ମାନସଙ୍କୁ ଅପହରଣ କରାଯାଇଥିଲା । ଶର୍ମିଷ୍ଠାଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟରୁ ଆଜି ଏକ ଗାଡ଼ିରେ ନେଇଛି କ୍ରାଇମବ୍ରାଞ୍ଚ । ଏହା ପରେ ଦୟାଲ ଆଶ୍ରମ ଓ ନୟାଗଡ଼ ନିଆଯିବ । ର୍ମିଷ୍ଠାଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟରୁ ଆଜି ଏକ ଗାଡ଼ିରେ ନେଇଛି କ୍ରାଇମବ୍ରାଞ୍ଚ ।