THE BYAPINI

କ୍ୟାମେରାମ୍ୟାନ୍ ହତ୍ୟା ମାମଲାର ଖୁଲାସା

Get real time updates directly on you device, subscribe now.

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ଭୁବନେଶ୍ୱର ରାଜ କମ୍ୟୁନିକେସନର ମୁଖ୍ୟ ଗିରଫ । ଏନେଇ ସୂଚନା ଦେଲା ଚାନ୍ଦବାଲି ପୋଲିସ । ହତ୍ୟାକାଣ୍ଡ ପଛରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ରହିଛି । ହତ୍ୟା ଯୋଜନା, ଶବକୁ ନଷ୍ଟ କରିବାରେ ସମ୍ପୃକ୍ତି ରହିଥିବା ପୋଲିସ କହିଛି । ଅନ୍ୟ ପକ୍ଷରେ ଶର୍ମିଷ୍ଠା, ଝୁନାଙ୍କୁ ଏବେ ବି ଖୋଜୁଛି ପୋଲିସ୍ ।

ହତ୍ୟା ଯୋଜନା କରିବା ସହ ମାଡ଼ ମାରିବା ଓ ଶବ ପୋତିବାରେ ହାତ ଥିଲା ନିରଞ୍ଜନଙ୍କର । ମାନସକୁ ଅପହରଣ କରିବାକୁ ନିରଞ୍ଜନ ଆସିନଥିଲେ । କିନ୍ତୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ନିଆଗଲା ପରେ ସେଠାରେ ନିରଞ୍ଜନ ଥିଲେ । ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବା ପୁଲିସକୁ ପ୍ରମାଣ ମିଳିଛି । ମାନସଙ୍କୁ ହାତରେ ଓ ଘାତକ ଅସ୍ତ୍ରରେ ମାଡ଼ କରାଯାଇଛି । ମାନସଙ୍କ ମୃତ୍ୟୁ ପରେ ବି ତାଙ୍କ ଶବ ପୋତିବାରେ ନିରଞ୍ଜନଙ୍କ ଭୂମିକା ଥିଲା । ଗୋଟିଏ ଚିପ୍ ପାଇଁ ଏସବୁ ଘଟଣା ଘଟିଥିବା କହିଛନ୍ତି ଅତିରିକ୍ତ ଏସପି ।

ତେବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଥିବା କହିଛନ୍ତି ଭଦ୍ରକ ଏଏସପି । ଏକ ୱେବ ଚ୍ୟାନେଲର ମାଲିକାଣୀ ହେଉଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜା ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.