THE BYAPINI

ଅଶ୍ରୁଳ ଆଖିରେ ବୀରପୁଅକୁ ବିଦାୟ ଜଣାଇଲା ଜନ୍ମମାଟି

Get real time updates directly on you device, subscribe now.

ଚାଲିଗଲେ କୃଷ୍ଣଚନ୍ଦ୍ରପୁର ଗାଁରେ ବୀର ପୁଅ ରାଣାପ୍ରତାପ । ସବୁଦିନ ପାଇଁ ସମସ୍ତଙ୍କ ପର କରି ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଆଉ ବୀର ପୁଅକୁ ହରାଇ ଆଜି କାନ୍ଦିଛି କୃଷ୍ଣଚନ୍ଦ୍ରପୁର ଗାଁ । ସମସ୍ତେ ଆଜି ନିଜର ଗାଁ ପୁଅ ରାଣାପ୍ରତାପଙ୍କ ପାର୍ଥିବ ଶରୀରକୁ ଅଶ୍ରୁଳ ଆଖିରେ ବିଦାୟ ଜଣାଇଛନ୍ତି ।
ଆଜି ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧୨ଟା ବେଳେ ସହିଦ ରାଣାପ୍ରତାପ ଦାସଙ୍କ ମରଶରୀର ପହଞ୍ଚିଥିଲା । ତ୍ରିରଙ୍ଗାରେ ଘୋଡାଇ ହୋଇ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଏକ ଭାବପୂର୍ଣ୍ଣ ପରିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିି ବୀର ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସହିଦ ରାଣାପ୍ରତାପ ଦାସଙ୍କୁ ଦିଆଯାଇଥିଲା ଗାର୍ଡ ଅଫର ଅନର୍ । ଏହାପରେ ଜନ୍ମମାଟି ତାଳଚେରକୁ ଯାଇ ପହଞ୍ଚିଥିଲା ସହିଦଙ୍କ ମରଶରୀର । ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ରାଣା ପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ୟ୍ୟରତ ଥିଲେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ବର୍ଷକର ପୁଅଟିଏ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ । ରାଣାଙ୍କ ପତ୍ନୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଥିଲେ । ୨ବର୍ଷ ହେଲା ଅବସର ନେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.