THE BYAPINI

ମେ’୩ ରୁ ମାଟ୍ରିକ ପରୀକ୍ଷା

Get real time updates directly on you device, subscribe now.

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ୧୫ ମେ’ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ରେ ସରିବ ।

ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର‌୍ୟ୍ୟନ୍ତ ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ହେବ । ପରୀକ୍ଷା ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରି ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର‌୍ୟ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରି ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବା ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛିା ଏପ୍ରିଲ ୨୬ ତାରିଖ ପର‌୍ୟ୍ୟନ୍ତ ସ୍କୁଲରେ ପାଠ ପଢ଼ା ଜାରି ରହିବ । ଦଶମ, ପ୍ଲସ ୨ ପିଲାଙ୍କ ପାଇଁ ଶନିବାର ଓ ରବିବାର ପାଠପଢା ହେବ । କରୋନା ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ସ୍କୁଲ, କଲେଜ ।

Get real time updates directly on you device, subscribe now.

Leave A Reply

Your email address will not be published.