THE BYAPINI

ମେ’ ୩ରୁ ମାଟ୍ରିକ ପରୀକ୍ଷା

Get real time updates directly on you device, subscribe now.

ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ବୋଲଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି। ଏଥର ସମାନ ସମୟ ମଧ୍ୟରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ତେବେ କେବେ ଫର୍ମପୂରଣ କରାଯିବ, କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ, ମାଟ୍ରିକ୍ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଫର୍ମପୂରଣ ସଂକ୍ରାନ୍ତ‌ରେ ଆସନ୍ତା ୪ କିମ୍ବା ୫ ତାରିଖରେ ଘୋଷଣା କରାଯିବ। ଚଳିତ ବର୍ଷ ମୋଟ ୮୦ ନମ୍ବର ପରୀକ୍ଷା କରାଯିବା ପୂର୍ବରୁ ଚଳିତଥର ନିଜ ସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଛାତ୍ରଛାତ୍ରୀ ଦେବେ ବୋଲି ସରକାର ଘୋଷଣା କରିଥିଲେ ।

ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି। କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍‌ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେ ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.