୭୦% ସିଲାବସରୁ ମାଟ୍ରିକ ପରୀକ୍ଷା
ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଅଫଲାଇନ ପରୀକ୍ଷା ଦେବେ । ଏନେଇ ଜୁଲାଇ ୫ରୁ ଆରମ୍ଭ ହେବ ଫର୍ମଫିଲପ । ୭୦ ପ୍ରତିଶତ ସିଲାବସରେ ମାଟ୍ରିକ ପରୀକ୍ଷା ହେବ ବୋଲି କହିଛନ୍ତିି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ଏହା ସହ ୧୫ ଦିନ ଭିତରେ ବାହାର କରାଯିବ ମାଟ୍ରିକ ପରୀକ୍ଷା ଫଳ ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀ କମ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଅଫଲାଇନରେ ପରୀକ୍ଷା ଦିଅନ୍ତୁ । ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଉଦ୍ୟମ କରାଯିବ । ଫରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପରୀକ୍ଷା କରାଯିବ ।
ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇ ଲାଇ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ। ଏବଂ ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ପରୀକ୍ଷା ହେବ ।ଚଳିତ ଥର ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ। ତେବେ ମାଟ୍ରିକରେ ନିଜ ଦକ୍ଷତା ଅନୁସାରେ ରେଜଲ୍ଟ ମିଳିନଥିବା ଅଭିଯୋଗ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।