ଧ୍ୟାନ ଦିଅନ୍ତୁ ମାଟ୍ରିକ ପିଲା…
ବଢିଲା ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି । ୧୦ ଫେବୃୟାରୀ ଯାଏଁ ସମୟ ଅବଧି ବୃଦ୍ଧି ହେଲା । ପୂର୍ବରୁ ୨ ଫେବୃଆରୀ ଯାଏଁ ଥିଲା ଫର୍ମ ପୂରଣ ଅବଧି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଛି ଫର୍ମ ପୂରଣ । ଏବେ ଫେବୃଆରୀ ୧୦ ତାରିଖ ଯାଏଁ ଚାଲିବ ।
ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଛି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ ।
ସେପଟେ କରୋନା ଗାଇଡଲାଇନ ପାଳନ କରି ଚାଲିଛି ପାଠପଢା । ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଏଥର ନିଜ ସ୍କୁଲରେ ହିଁ ମାଟ୍ରିକ ପିଲାଙ୍କ ପରୀକ୍ଷା ହେବ । ଅନ୍ୟ ସେଣ୍ଟରରେ ନୁହେଁ ଏଥର ନିଜ ସ୍କୁଲ ହିଁ ହେବ ପିଲାଙ୍କ ସେଣ୍ଟର । ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା ।