କାଲି ମାଟ୍ରିକ ରେଜଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏସି.ଇନରେ ଫଳ ମିଳିପାରିବ । ସେହିପରି ଡବ୍ଲୁଡବ୍ଲୁଡବ୍ଲୁ.ଏନଆଇସି.ଇନରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ଇଂଟରନେଟ ସୁବିଧା ନଥିଲେ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ପରୀକ୍ଷା ଫଳ ଜାଣିହେବ । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥିଲା । କେବେଳ ଶହେ ଦିନିଆ କ୍ଲାସ କରାଯାଇଥିଲା । ସଂକ୍ରମଣକୁ ଦୃଷ୍ଟିରେ ପରୀକ୍ଷା ବାତିଲ କରାଯାଇଥିଲା ।