THE BYAPINI

ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ

Get real time updates directly on you device, subscribe now.

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ । ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା’ ଓ ପୁଅ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି, ମା’ ପୁଅଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍‌ ଖାନ୍‌, ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍‌ଟରେ ୨୭୨ ନମ୍ୱର ରଖିଥିଲେ ।ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍‌ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ । ରେଜଲ୍‌ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍‌ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ । ସେଥିପାଇଁ ଫର୍ମ ପୂରଣ କରିଥିଲେ ବୋଲି ଇମ୍ରାନ୍‌ଙ୍କ ମାଆ କହିଛନ୍ତି । ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ସମସ୍ତଙ୍କର ଆଡମିଟ୍‌ କାର୍ଡ଼ ଆସିଲା । ଏକଥା ଜାଣିବା ପରେ ଇମ୍ରାନ୍‌ ଆଡମିଟ୍‌ କାର୍ଡ଼ ପାଇଁ ସ୍କୁଲ ଯାଇଥିଲେ । ମାତ୍ର ତାଙ୍କର ଫର୍ମପୂରଣ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଇମ୍ରାନ୍‌ । ସେଥିପାଇଁ ଇମ୍ରାନ୍‌ ଓ ତାଙ୍କ ମାଆ ଯସ୍ମିନ୍‌ ଆଜି ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଆତ୍ମହତ୍ୟା କରିବେ ବୋଲି ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.