THE BYAPINI

ତାତିଲେ ମାଟ୍ରିକ ପିଲା

Get real time updates directly on you device, subscribe now.

ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପାସହାର ରେକର୍ଡ ଥିଲା । କିନ୍ତୁ ରେଜଲ୍ଟ ବାହାରିଲା ପରେ ଅସନ୍ତୋଷ ବଢିଛି । ମାଟ୍ରିକ ରେଜଲ୍ଟକୁ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ନବମ ଶ୍ରେଣୀ ମାର୍କ ଓ ମାଟ୍ରିକ ପ୍ରି ବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ ହୋଇଥିଲ । ହେଲେ ଯାହା ଆଶା କରାଯାଇଥିଲା ସେହି ଅନୁସାରେ ଫଳ ମିଳିନଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରୁ ଆସିଛି ଅସନ୍ତୋଷର ଚିତ୍ର ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଅଶାନ୍ତି ଦେଖାଦେଇଛି । କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି । ସଂପୃକ୍ତ ସ୍କୁଲରେ ଚଳିତବର୍ଷ ମାଟ୍ରିକ୍ ଫଳାଫଳ ଅତି ଖରାପ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘୋର ଅସନ୍ତୋଷ ଦେଖାଦେଇଛି । ସେହିପରି ଭୁବନେଶ୍ୱର ନିଳାଦ୍ରୀବିହାର ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍କୁଲ ପରିସରରେ ପ୍ରତିବାଦ କରିବା ସହ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି । ସେହିପରି ବ୍ରହ୍ମେଶ୍ୱର ହାଇସ୍କୁଲର ଛାତ୍ରଛାତୀ ଓ ଅଭିଭାବକ ମାନେ କମ ମାର୍କ ନେଇ ରାସ୍ତା ଉପରେ ବସି ପ୍ରତିବାଦ କରୁଛନ୍ତି ।

କରୋନା ସ୍ଥିତ ଯୋଗୁଁ ସ୍ୱତନ୍ତ୍ର ମାପଦଣ୍ଡ ଅନୁସାରେ ମାଟ୍ରିକ ପିଲାଙ୍କ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଗଲା। ତେବେ ଏନେଇ କିଛି ଜାଗାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେଉଁ କାରଣରୁ ମାର୍କ କମିଲା ସେ ନେଇ ସେମାନେ ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗ କରିଛନ୍ତି । ଫଳାଫଳ ଅତି ଖରାପ ହୋଇଥିବାରୁ ଆଶାନୁଯାୟୀ ମିଳିନଥିବାରୁ ଘୋର ମାନସିକ ଅବସାଦରେ ଛାତ୍ରଛାତ୍ରୀ ରହୁଛନ୍ତି ଯେଉଁ ମାର୍କ ମିଳିଛି ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ। ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.