‘ପରୀକ୍ଷା ହେବ କି ନାହିଁ ଫାଇନାଲ କର’
ପରୀକ୍ଷା ହେବ କି ନାହିଁ ଫାଇନାଲ କର । ପରୀକ୍ଷା ନେଇ ଦ୍ୱନ୍ଦ୍ୱ ଦୂର । ଆଜି ନବୀନ ନିବାସ ଆଗରେ ଦଶମ ଶ୍ରେଣ ଛାତ୍ରଛାତ୍ରୀ ପହଚିଂ ପ୍ରତିବାଦ କରିଛନ୍ତି । ଦଶମ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ଯଦି ସିବିଏସସି ପିଲାଙ୍କ ପରୀକ୍ଷା ବାତିଲ କରାଯାଉଛି, ତାହେଲେ ଆମର ପରୀକ୍ଷା କାହିଁକି ବାତିଲ କରାଯିବନାହିଁ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।
କରୋନା ସ୍ଥିତିକୁ ଦେଖି ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ୧୫ଟି ସ୍କୁଲର ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି । ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ଫରେଷ୍ଟ ପାର୍କ ନିକଟରେ ଧାରଣାରେ ବସିଥିଲେ । ତେବେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଜଣାଇବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ଯଦି ହେବ ଅଫଲାଇନରେ ନା ଅନଲାଇନରେ ସେ ନେଇ ସରକାର ଦ୍ୱନ୍ଦ୍ୱ ଦୂର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ଦିନରେ ଯଦି ଆମର ଦାବି ପୁରଣ ନହୁଏ, ତାହେଲେ ରାଜରାସ୍ତାରେ ଏମିତି ବସି ରହିବୁ ବୋଲି ଛାତ୍ରଛାତ୍ରୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ସେପଟେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ପରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଜୁନ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ବୋଲି କହିଛନ୍ତି । ପ୍ରମୁଖ ସଚିବ ଆଇସୋଲୋସନରେ ଅଛନ୍ତି । ସମୀକ୍ଷା କରି ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସମୀର ଦାସ କହିଛନ୍ତି ।