THE BYAPINI

ମଧ୍ୟବୟସ୍କଙ୍କୁ ମାରୁଛି କରୋନା!

Get real time updates directly on you device, subscribe now.

ମହାମାରୀ କରୋନା କେତେ ଭୟଙ୍କର, ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ରାଜ୍ୟରେ ସଂକ୍ରମଣର ସ୍ଥିତି ଅତି ସାଂଘାତିକ ହୋଇପଡିଥିବା ବେଳେ ପ୍ରଥମ ପର୍ଯ୍ୟାୟଠୁ ବଳିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । କିଏ କେତେବେଳେ କରୋନାର ଜାଲରେ କବଳିତ ହେବ ଏବଂ କାହାର କେତେବେଳେ ଜୀବନ ପଳାଇବ କହିବା କି ଭାବିବା ମୁସକିଲ । ରାଜ୍ୟରେ ସଂକ୍ରମଣ ବଢିବା ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ହେଲେ ଦ୍ୱିତୀୟ ଲହରର ସବୁଠୁ ଚିନ୍ତାଜନକ ବିଷୟର ହେଉଛି, ଯେ ଏହି ପର୍ଯ୍ୟାୟରେ ଯେଉଁମାନଙ୍କରେ କରୋନ ଜନିତ ମୃତ୍ୟୁ ହେଉଛି ସେମାନଙ୍କ ମଧ୍ୟର ଅଧିକାଂଶ ମଧ୍ୟ ବୟସ୍କ । ସରକାରୀ ରିପୋର୍ଟକୁ ଯଦି ଦେଖିବା ତାହାଲେ, ପରିସଂଖ୍ୟାନରୁ ଜଣାପଡୁଛି ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ୨୫ରୁ ୫୦ବର୍ଷ ଭିତରେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ଛନକା ପଶିଯାଇଛି ।

ସରକାରୀ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଂଟାର ରାଜ୍ୟରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମଧ୍ୟ ବୟସ୍କ । କାହାର ବୟସ ୨୮, ତ କାହାର ବୟସ ୨୨ । କାହାକୁ ୪୫ ତ ଆଉ ଆହାର ୪୩ ବର୍ଷ । ୧୯ ମୃତକଙ୍କ ମଧ୍ୟରେ ସୁବର୍ଣ୍ଣପୁରରୁ ଜଣେ ୨୨ ବର୍ଷର ଯୁବକ ଆଖିବୁଜିଥିବା ବେଳେ ସୁନ୍ଦରଗଡରେ ଜଣେ ୨୮ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରେ ମୃତକଙ୍କ ବୟସ ହେଉଛି ୩୮ ବର୍ଷ । କଳାହାଣ୍ଡିରେ ଦିନକରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ବୟସ ହେଉଛି ୪୩,୪୫ ଓ ୩୫ ବର୍ଷ । ପୁରୀରେ ଜଣେ ୬୨ ବର୍ଷ ବ୍ୟକ୍ତି କରୋନାରେ ଆଖିବୁଜିଛନ୍ତି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ବୟସ ହେଉଛି ୭୧ ଓ ୭୭ ବର୍ଷ । ସେହିପରି ଅନୁଗୁଳରେ ଜଣେ ୪୭ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରରେ ୬୧ ବର୍ଷର ବ୍ୟକ୍ତି କରୋନାରେ ଆଖିବୁଜିଛନ୍ତି । ଅଳ୍ପ କିଛି ଜଣଙ୍କୁ ଛାଡିଦେଲେ କେବେଳ ଆଜିର ନୁହେଁ ପ୍ରତିଦିନ କରୋନାରେ ଆଖି ବୁଜିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୫୦ ଭିତରେ । ଏହି ପରିସଂଖ୍ୟାନରୁ ଜଣାପଡୁଛି କରୋନା କେତେ ଭୟଙ୍କର ଓ ମାରାତ୍ମକ ।

ପ୍ରଥମ ଲହରରେ ସାଧାରଣତ ଅଧିକାଂଶ ବୃଦ୍ଧ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଦ୍ୱିତୀୟ ଲହରରେ ଖୁବ କମ ବୟସର ଯୁବକ ଆଖିବୁଜୁଛନ୍ତି । ୧୮ରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଟିକାକରଣ ପାଇଁ ତୃତୀୟ ପଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି । ହେଲେ ଟିକା ନିଅଂଟ ଯୋଗୁ ଆବଶ୍ୟକ କୋଭିିସିଲ୍ଡ ନଥିବାରୁ ଭୁବନେଶ୍ୱର ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାଦାନ ପ୍ରକିୟା ବାଧାପ୍ରାପ୍ତ ହୋଇଛି । ତେବେ ଗତକାଲି ୧ ଲକ୍ଷ କୋଭିସିଲ୍ଡ ଆସିଥିବାର ସୋମବାରରୁ ଭୁବନେଶ୍ୱର ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.